ଓଡ଼ିଶାରେ ଆଉ ୯୧ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୯୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୭ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୮ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୪ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସେହିଭଳି ବାଲେଶ୍ୱରରେ ୧, ଭଦ୍ରକରେ ୧, ବୌଦ୍ଧ ୫, କଟକରେ ୯, ଦେଓଗଡ଼ରେ ୨, ଗଜପତିରେ ୨, ଜଗତସିଂହପୁରରେ ୧, ଯାଜପୁରରେ ୩, କଳାହାଣ୍ଡିରେ ୧, କନ୍ଧମାଳରେ ୩, ଖୋର୍ଦ୍ଧାରେ ୧୪, କୋରାପୁଟରେ ୩, ମାଲକାନଗିରିରେ ୧, ନୟାଗଡ଼ରେ ୨, ନୂଆପଡ଼ାରେ ୧୩, ପୁରୀରେ ୫, ରାୟଗଡ଼ାରେ ୧, ସମ୍ବଲପୁର ୩, ସୋନପୁରରେ ୨, ସୁନ୍ଦରଗଡ଼ରେ ୧୪ ଓ ଷ୍ଟେଟ ପୁଲରୁ ୪ ଜଣ ସଂକ୍ରମିତ ହୋଇଛନ୍ତି।

nis-ad
Leave A Reply

Your email address will not be published.