ବିଶ୍ୱେଶ୍ୱର ଟୁଡୁଙ୍କ କୁଶ ପୁତ୍ତଳିକା ଦାହ କଲା କୁଡୁମୀ ସେନା

ପାଟଣା, ୦୩/୧୦: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଛକ ନିକଟରେ ଓଡିଶା କୁଡୁମୀ ସେନା ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଓଡିଶା କୁଡୁମୀ ସେନା କୁଡୁମୀ ଜାତି ପ୍ରତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଅଶାଳୀନ ମନ୍ତବ୍ୟ ଦେଇଥିବାରୁ ଏହାକୁ ବିରୋଧ କରି ଆଜି ଓଡିଶା  କୁଡିମୀସେନାର ଶତାଧିକ ପୁରୁଷ ଓ ମହିଳା ଏକଜୁଟ ହୋଇଥିଲେ । ପାଟଣା ଆନନ୍ଦେଶ୍ୱର ମନ୍ଦିର ନିକଟରୁ ଏକ ବିଶାଳ ରାଲିରେ ଆସି ପାଟଣା ବଜାର ପରିକ୍ରମା କରିବା ପରେ ବ୍ଲକ ଛକ ନିକଟରେ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛି ସେନା ।

୧୯୫୦ ସେପ୍ଟେମ୍ବର ୬ ପରେ କୁଡୁମୀ ଜାତିକୁ ଆଦିବାସୀ ତାଲିକାରୁ ବାଦ ଦିଆଯାଇଥିଲା । ପୁନଃ ସାମିଲ କରିବା ପାଇଁ କୁଡୁମୀ ସେନା ଆନ୍ଦୋଳନ କରୁଥିବା ବେଳେ ଗତ ୨୦ ତାରିଖ ରେଳରୋକ କରାଯାଇଥିଲା । ଏହା ପରେ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କୁଡୁମୀ ଜାତିକୁ ତାତ୍ସଲ୍ୟ କରି ଜାତି ପ୍ରତି ଆଶାଳୀନ ମନ୍ତବ୍ୟ ଦେଇଥିବାରୁ ଏହାକୁ ପ୍ରତିବାଦ କରି କୁଡୁମୀ ସେନା କେନ୍ଦ୍ର ମନ୍ତ୍ରୀଙ୍କର କୁଶ ପୁତ୍ତଳିକା ଦାହ କରିଛି ।

nis-ad
Leave A Reply

Your email address will not be published.