ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ

ନୂଆଦିଲ୍ଲୀ ୦୩/୧୦: ଇରାନ ବିମାନରେ ବୋମା । ଏହି ସୂଚନା ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ବିମାନଟି ଭାରତୀୟ ଆକାଶରେ ଥିଲା । ବିମାନଟି ଦିଲ୍ଲୀରେ ଅବତରଣ କରିବାର ଥିଲା । କିନ୍ତୁ ବିମାନ ବମ୍ ଖବର ଶୁଣାଯିବା ପରେ ଭାରତୀୟ ବାୟୁସେନା ସତର୍କ ହୋଇଯାଇଥିଲା । ଫଳରେ ଦିଲ୍ଲୀରେ ଅବତରଣ ଲାଗି ମିଳନଥିଲା ଅନୁମତି ।

ବାୟୁସେନା ପକ୍ଷରୁ ବିମାନ ପଛରେ ଦୁଇଟି ସୁଖୋଇ ବିମାନ ନିୟୋଜିତ କରାଯାଇଥିଲା । କୁହାଯାଉଛି ଯେ ଦିଲ୍ଲୀ ଏୟାରବେସରେ ଅବତରଣ କରିବାକୁ ବିମାନରୁ ଅନୁମତି ନିଆଯାଇଥିଲା । ଅବଶ୍ୟ, ବିମାନରେ କୌଣସି ପ୍ରକାରର ବୋମା ନମିଳିବାରୁ ଏହାକୁ ଚୀନ୍ ଆଡକୁ ପଠାଯାଇଥିଲା । ତେବେ ଚୀନ୍ ଯିବା ରାସ୍ତାରେ ସୁରକ୍ଷା ଏଜେନ୍ସିଗୁଡିକ ତୀକ୍ଷ୍ଣ ନଜର ରଖିଛନ୍ତି ।

ଭାରତୀୟ ବାୟୁସେନା ଏୟାର ଷ୍ଟେସନ୍ ଏବଂ ବିମାନ ଚଳାଚଳ ୟୁନିଟ୍‌ ସତର୍କ ନଜର ରଖିଛି । ବିମାନ ବନ୍ଦରରୁ ଏହି ଖବର ଆସିଥିଲା ଯେ, ଯେ ବିମାନରେ ବୋମା ଅଛି । ତେହେରାନରୁ ଚାଇନାକୁ ଏହି ବିମାନଟି ଯାଉଥିବା ସମୟରେ ଭାରତର ମଝି ଆକାଶରେ ସୃଷ୍ଟି ହୋଇଥିଲା ଆତଙ୍କ ।

nis-ad
Leave A Reply

Your email address will not be published.