ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର

ଉତ୍ତରପ୍ରଦେଶ ୦୩/୧୦: ସବୁଠି ଚାଲିଛି ପାର୍ବଣ ଋତୁ । ପୂଜା ପାଉଛନ୍ତି ଦେବୀ ଦଶଭୂଜା । ମାଙ୍କ ପୂଜାକୁ ଧୂମଧାମରେ ପାଳୁଛନ୍ତି ଲୋକେ । ତେବେ ଏହାରି ଭିତରେ ଘଟିଛି ଅଘଟଣ । ଉତ୍ତର ପ୍ରଦେଶରୁ ଘଟିଯାଇଛି ଦୁଃଖଦ ଘଟଣା । ଏଠାରେ ଏକ ପୂଜା ମଣ୍ଡପରେ ଆରତୀ ଚାଲୁଥିବା ବେଳେ ହଠାତ ନିଆଁ ଲାଗିଯାଇଥିଲା । ଫଳରେ ଘଟଣା ସ୍ଥଳରେ ନିଆଁରେ ପୋଡି ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି ।

ସୂଚନା ମୁତାବକ ଉତ୍ତର ପ୍ରଦେଶର ଭଦୋହୀ ଜିଲ୍ଲା ଓରାଇ ନିକଟ ଏକ ଦୁର୍ଗପୂଜା ପେଣ୍ଡାଲରେ ୨୦୦ ରୁ ଅଧିକ ଲୋକ ମାଙ୍କର ଆଳତୀ କରୁଥିଲେ । ତେବେ ଏହି ସମୟରେ ପେଣ୍ଡାଲରେ କୌଣସି କାରଣରୁ ଭୟଙ୍କର ନିଆଁ ଲାଗିଯାଇଥିଲା । ଏହି ନିଆଁରେ ପୋଡି ୫ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ନାବାଳିକା ଥିବା ବେଳେ ଜଣେ ମହିଳା ରହିଛନ୍ତି । ବାକି ଗୁରୁତର ହୋଇଥିବା ୫୦ ରୁ ଅଧିକ ଲୋକଙ୍କୁ ତୁରନ୍ତ ମେଡିକାଲ ନିଆଯାଇଛି ।

ଜିଲ୍ଲାପାଳ କହିଛନ୍ତି କି ପୂଜା ପାଳନ ନେଇ ସମସ୍ତ ସତର୍କତା ଅବଲମ୍ବନ କରାଯାଇଥିଲେ ବି କେମିତି ଅଗ୍ନିକାଣ୍ଡ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ । ହେଲେ ପ୍ରାଥମିକ ତଦନ୍ତରୁ ବିଦ୍ୟୁତ୍ ସର୍ଟସର୍କିଟ କାରଣରୁ ଏଭଳି ହୋଇଥାଇପାରେ ବୋଲି ଅନୁମାନ କରାଯାଇଛି ।

nis-ad
Leave A Reply

Your email address will not be published.