ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀଠାରେ ପାଳିତ ହେଲା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ…

କନ୍ଧମାଳ ଜିଲ୍ଲା ପ୍ରତିନିଧି // ନିଃସର୍ତ୍ତ


ଫୁଲବାଣୀ :- ଆଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଫୁଲବାଣୀଠାରେ ପବିତ୍ର ପୁଣ୍ୟଭୂମି ଭାରତମାତାର ସୁଯୋଗ୍ୟ ସନ୍ତାନ ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୁଣ୍ୟାତ୍ମା ଲାଲ ବାହାଦୂର ଶାସ୍ତ୍ରୀଙ୍କର ଜୟନ୍ତୀ ଉତ୍ସବ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢ଼ୀଙ୍କ ସଭାପତିତ୍ୱରେ ପାଳନ କରାଗଲା। ସହ-ପ୍ରଧାନ ଆଚାର୍ଯ୍ୟା ବୈଜୟନ୍ତି ସାମନ୍ତ ରାୟ ଦୀପ ପ୍ରଜ୍ଵଳନ କରିଥିବା ବେଳେ ବରିଷ୍ଠ ଆଚାର୍ଯ୍ୟା କାର୍ଯ୍ୟକ୍ରମ ପ୍ରମୁଖ ବାସନ୍ତୀ ମିଶ୍ର କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ। ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇ ସମସ୍ତ ଆଚାର୍ଯ୍ୟ/ଆଚାର୍ଯ୍ୟାଙ୍କ ଉପସ୍ଥିତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଆଚାର୍ଯ୍ୟ ଆନନ୍ଦେଶ୍ୱର ବେହେରା ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କର ଜୀବନୀ ଓ ନୀତି ଆଦର୍ଶକୁ ନେଇ ସ୍ମୃତି ଚ୍ଚାରଣ କରିଥିଲେ। ସେମାନଙ୍କ ମହତ କାର୍ଯ୍ୟ ପାଇଁ ସେମାନେ ସର୍ବଦା ଆମର ଚିର ନମସ୍ୟ ହୋଇ ରହିବେ ବୋଲି ବକ୍ତବ୍ୟ ରଖିଥିଲେ।

nis-ad
Leave A Reply

Your email address will not be published.