ବ୍ରହ୍ମପୁର ପୋଲିସ ଦ୍ଵାରା ୩ କେଜି ସୁନା ସହ ୧୫୦ କେଜି ରୁପା ଜବତ…

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ କୁ ମିଳିଛି ବଡ ସଫଳତା ୩ କେଜି ସୁନା ସହ ୧୫୦ କେଜି ରୁପା ଜବତ କରିଛି ପୋଲିସ । କୌଣସି ବିଶେଷ ସୂତ୍ରରୁ ଖବର ପାଇଁ ବ୍ରହ୍ମପୁର ଏସ ପି ଙ୍କ ନିର୍ଦେଶ କ୍ରମେ ବ୍ରହ୍ମପୁରରୁ ୩ କେଜି ସୁନା ସହ ୧୫୦ କେଜି ରୁପା ଜବତ କରିଛି ଗୋଳନ୍ଥରା ପୋଲିସ । GST ଫାଙ୍କୁଥିବା ସୁନା ଅଳଙ୍କାର ବ୍ୟବସାୟୀଙ୍କୁ କାବୁ କରିଛି ପୋଲିସ । ଗାଡ଼ି ଡ୍ରାଇଭର ସହ ୩ ଜଣ ଅଟକ ରଖାଯାଇଛି । ଜବତ ସୁନା ଓ ରୁପାର ଆନୁମାନିକ ମୂଲ୍ୟ ପ୍ରାୟ ଅଢ଼େଇ କୋଟି ହେବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି ।

ସୂଚନା ଥାଉକି ଅନୁସନ୍ଧାନରୁ ଜଣାପଡିଛି ଏହା ତାମିଲନାଡୁରୁ ବ୍ରହ୍ମପୁର ପ୍ରେମନଗର ଅଞ୍ଚଳକୁ ଆସୁଥିଲା ଏହି ସୁନାରୁପା । ଏଥି ପୂର୍ବରୁ ମଧ୍ୟ ଅଳଙ୍କାର ସହ କୋଟି କୋଟି ଟଙ୍କା ଜବତ କରିଛି ବ୍ରହ୍ମପୁର ପୋଲିସ ।

nis-ad
Leave A Reply

Your email address will not be published.