କିଛି ବିଧାୟକ ଅମିତ ଶାଙ୍କ ସହ ବୈଠକ କରିଛନ୍ତି : ଗେହେଲୋଟ

ନୂଆଦିଲ୍ଲୀ: ରାଜସ୍ଥାନରେ ଗେହଲୋଟ୍‌ ଓ ପାଇଲଟଙ୍କ ମଧ୍ୟରେ ଫାଇଟ୍ ଲାଗି ରହିଛି। ଆଜି ପୁଣିଥରେ ପାଇଲଟଙ୍କୁ ଟାର୍ଗେଟ୍ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ୍। କିଛି କଂଗ୍ରେସ ବିଧାୟକ ଭାବୁଛନ୍ତି ଯେ ଅନ୍ୟ କାହାକୁ ଗ୍ରହଣ କରିବା ଅପେକ୍ଷା ବିଦ୍ରୋହ କରିବା ଉଚିତ୍। ତେଣୁ କିଛି ବିଧାୟକ ଅମିତ ଶାହ, ଜାଫର ଇସ୍ଲାମ, ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି। ଅନ୍ୟ ରାଜ୍ୟ ଭଳି ବିଜେପି ରାଜସ୍ଥାନରେ କଂଗ୍ରେସ ସରକାର ଗଡ଼ାଇବାକୁ ଚେଷ୍ଟା କରୁଛି ବୋଲି ଗେହେଲୋଟ୍ ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି।

ଜୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗାନ୍ଧୀଜୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଗେହେଲୋଟ କହିଥିଲେ “କଂଗ୍ରେସ ଇତିହାସରେ ଏହା ପ୍ରଥମ ଘଟଣା ଯେ ୱାନ ଲାଇନ ପ୍ରସ୍ତାବ ପାରିତ ହେଲା ନାହିଁ। ମୁଁ ଏବେ ବି ଦୁଃଖିତ ଯେ ଏହା ପାସ୍ ହୋଇପାରିନଥିଲା। ଏଥିପାଇଁ ମୁଁ କ୍ଷମା ମାଗିଛି ବି।”

କିନ୍ତୁ ଏମିତି ପରିସ୍ଥିତି କାହିଁକି ସୃଷ୍ଟି ହେଲା। ମୁଁ ଯେତେବେଳେ ପିସିସି ସଭାପତି ଗୋବିନ୍ଦ ଡୋଟାସାରଙ୍କୁ ବିଧାୟକଙ୍କୁ ବୁଝାଇବାକୁ ପଠାଇଥିଲି। ମୁଁ ୨୦୨୦ରେ ସେମାନଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲି ତା ଉପରେ ସେମାନ ଖୁବ୍ ରାଗିଯାଇଥିଲେ। ମୁଁ ସେମାନଙ୍କୁ କହିଥିଲି ଯେ ଗାର୍ଜନ ହେବି ବୋଲି ପ୍ରତିଶ୍ରୁତି ଦେଇଥିଲି। ଯଦି ମୁଁ ରାଜସ୍ଥାନ ଛାଡ଼ିଥାନ୍ତି ତେବେ ସେମାନଙ୍କର କଣ ଅବସ୍ଥା ହେଇଥାନ୍ତା? ଏକଥା ଭାବି ସେ ରାଗିଯାଇଥିଲେ। କଂଗ୍ରେସ ବିଧାୟକ ଦଳର ସଦସ୍ୟ ଭାବରେ ଦଳର ଯାହା ହେଲା ଏଥିପାଇଁ ମୁଁ ନିଜକୁ ଦାୟୀ କରୁଛି।

ଗେହେଲୋଟ ଆହୁରି କହିଥିଲେ ” ଆଉ କାହାକୁ ଗ୍ରହଣ କରିବା  ଅପେକ୍ଷା ବିଦ୍ରୋହ କରିବା ଉଚିତ ବୋଲି କିଛି ବିଧାୟକ ଭାବିଥିଲେ। ସମସ୍ତ ଜାଣନ୍ତି ଯେ କିଛି ବିଧାୟକ ଅମିତ ଶାହା ଜାଫର ଇସ୍ଲାମ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବୈଠକ କରିଥିଲେ। ସମସ୍ତେ ଜାଣନ୍ତି ଯେ ବିଜେପି ସରକାର ଭାଙ୍ଗିବାକୁ ଚାହୁଁଥିଲା ବୋଲି। ସେମାନେ ଚାହାଁନ୍ତି ନାହିଁ ଯେ ସରକାର ୫ ବର୍ଷ ପାଇଁ ରହୁ।”     

nis-ad
Leave A Reply

Your email address will not be published.