ଗାନ୍ଧୀ ଜୟନ୍ତୀରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଅକ୍ଟୋବର ଦୁଇ, ଜାତିର ପିତା ମହାତ୍ମା ଗାନ୍ଧୀ ଓ ଦେଶର ପୂର୍ବତନ ଯଶଶ୍ୱୀ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ଜନ୍ମ ବାର୍ଷିକୀ।  ଏଥିପାଇଁ ସାରା ବିଶ୍ୱ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ପୂରା ଦେଶ ଦୁଇ ମହାନ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି।

ଗାନ୍ଧୀଙ୍କର ୧୫୩ ତମ ଜନ୍ମବାର୍ଷିକୀରେ ଦିଲ୍ଲୀ ରାଜଘାଟ ଯାଇ ଗାନ୍ଧୀଙ୍କ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିସହିତ ଟ୍ୱିଟ୍ କରି ସମସ୍ତଙ୍କୁ ଗାନ୍ଧୀ ଜୟନ୍ତୀଙ୍କର ଶୁଭେଚ୍ଛା ଜଣାଇନ୍ତି। ସେ ଲେଖିଛନ୍ତି ” ସ୍ୱାଧୀନତା ଅମୃତ ମହୋତ୍ସବ ଅବସରରେ ଗାନ୍ଧୀ ଜୟନ୍ତୀ ଆହୁରି ସ୍ୱତନ୍ତ୍ର ହୋଇଛି।” ତା ସହିତ ମହାତ୍ମାଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳୀ ଜଣାଇବାକୁ ଲୋକମାନଙ୍କୁ ଖଦିରେ ତିଆରି ହସ୍ତଶିଳ୍ପ କିଣିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ସମସ୍ତଙ୍କୁ ଗାନ୍ଧୀଙ୍କ ଅହିଂସା ପଦାଙ୍କ ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି।, ସେହିପରି ରାଜ୍ୟସଭା ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

nis-ad
Leave A Reply

Your email address will not be published.