କାନପୁରରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣାରେ ୩୨ ମୃତ

କାନପୁର: ଉତ୍ତର ପ୍ରଦେଶ କାନପୁରରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣାରେ ୩୨ ଜଣଙ୍କର ମୃତ୍ୟୁ ହୋଇଛି। ୩୨ ଜଣଙ୍କ ମଧ୍ୟରୁ ୨୭ ଜଣଙ୍କର ଶନିବାର ରାତିରେ ଏକ ଟ୍ରାକ୍ଟର-ଟ୍ରଲି ପୋଖରୀ ଭିତରକୁ ଓଲଟି ପଡ଼ିବାର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଧିଂକାଶ ମହିଳା ଓ ଛୋଟ ପିଲା ଅଛନ୍ତି । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି।

ତେବେ ଦ୍ୱିତୀୟ ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। କାନପୁର ଅହିର୍ୱାନ ଓଭରବ୍ରିଜ୍‌ ଉପରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ଟୋମ୍ପୋକୁ ଧକ୍କା ଦେବାରୁ ଏଭଳି ଦୁର୍ଘଟଣା ଘଟିଛି।

ଗତକାଲି ହୋଇଥିବା ଦୁର୍ଘଟଣାରେ ଶ୍ରଦ୍ଧାଳୁମାନେ ଫତେପୁରର ଚନ୍ଦ୍ରିକା ଦେବୀଙ୍କ ଦର୍ଶନ ସାରି ଫେରୁଥିଲେ। ପୀଠରେ ମାନସିକ ଅନୁସାରେ ବାଳ କାଟି ପୂଜା ସାରି ସେଠାରୁ ଫେରୁଥିବା ବେଳେ ଟ୍ରାକ୍ଟର ଟି ଏକ ଗଢ଼ିଆ ଭିତରକୁ ଓଲଟି ପଡ଼ିଥିଲା। ଏଥିରେ ପାଖାପାଖି ୫୦ ଲୋକ ବସିଥିଲେ। ଏଥିରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଦୁଃଖ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି। ଘଟଣାରେ ମୃତକଙ୍କ ପରିବାରକୁ ୨ ଲକ୍ଷ କ୍ଷତିପୂରଣ ସହ ଆହତଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ସରକାରୀ ଘୋଷଣା ହୋଇଛି।

nis-ad
Leave A Reply

Your email address will not be published.