ଫୋନ୍‌ରେ ହ୍ୟାଲୋ ବଦଳରେ ବନ୍ଦେ ମାତରମ କହିବା ବାଧ୍ୟତାମୁଳକଲେ ସରକାର

ମୁମ୍ବାଇ: ଫୋନ୍ ଆସିଲେ ଏବେ ଆପଣ ଆଉ ହ୍ୟାଲେ କହିପାରିବେ ନାହିଁ।  ହ୍ୟାଲୋ ବଦଳରେ ଆପଣଙ୍କୁ ବନ୍ଦେ ମାତରମ କହିବାକୁ ପଡ଼ିବ। ମହାରାଷ୍ଟ୍ରରେ ଏଭଳି ନିୟମ ଲାଗୁ ହୋଇଛି। ଏନେଇ ମହାରାଷ୍ଟ୍ର ସରକାର ଗତକାଲି ନିର୍ଦ୍ଦେଶନାମା ଜାରି କରିଛନ୍ତି। ସମସ୍ତ ସରକାରୀ କର୍ମଚାରୀ, ସରକାର ଅନୁଦାନ ପ୍ରାପ୍ତ ସଂସ୍ଥା ହ୍ୟାଲୋ ବଦଳରେ ବନ୍ଦେ ମାତରମ କହିବେ। ଏହା ସେମାନଙ୍କ ପାଇଁ ବାଧ୍ୟତାମୁଳକ ବୋଲି ମହାରାଷ୍ଟ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଫୋନ୍‌ ଆସିଲେ କିମ୍ବା କଲେ ହ୍ୟାଲେ ବଦଳରେ ବନ୍ଦେ ମାତରମ କହିବାକୁ ପଡ଼ିବ।

କେବଳ ସେତିକି ନୁହେଁ, ସାଧାରଣ ବିଭାଗ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ନାମାରେ ଏ ନେଇ ସାଧାରଣ ଲୋକଙ୍କୁ ସଚେତନ କରାଇବା ପାଇଁ ମଧ୍ୟ କୁହାଯାଇଛି। କେହି କାହାକୁ ଭେଟିବାକୁ ଆସିଲେ ତାଙ୍କୁ ବନ୍ଦେ ମାତରମ କହି ସ୍ୱାଗତ କରିବାକୁ ଲୋକଙ୍କୁ ସଚେନତା କରାଯାଉ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

ଏହାର କାରଣ ଦର୍ଶାଇ ସରକାରୀ ପ୍ରସ୍ତାବରେ କୁହାଯାଇଛି ଯେ ହ୍ୟାଲୋ କହିବା ମାନେ ବିଦେଶ ସଂସ୍କୃତିର ନକଲ କରିବା, ଇଏ ଏମିତି ଅଭିବାଦନ ଯାହାର ସ୍ୱତନ୍ତ୍ର ମୂଲ୍ୟ କିଛି ନାହିଁ। ଏଥିରେ କୌଣସି ସ୍ନେହଁ ଭାବ କି ଆଦରଭାବ ଜାଗ୍ରତ ହୁଏ ନାହିଁ। ତେଣୁ ହ୍ୟାଲୋ ନ କହି ବନ୍ଦେ ମାତରମ କରିବା ଦରକାର ବୋଲି ମହାରାଷ୍ଟ୍ର ସରକାର କହିଛନ୍ତି।  

ସୂଚନା ଥାଉକି, ମହାରାଷ୍ଟ୍ରରେ ନୂଆ ସରକାର ଆସିବା ପରେ ମନ୍ତ୍ରୀ ଭାବେ ଶପଥ ନେଇଥିବା ସୁଧିର ମଙ୍ଗନ୍ତିୱାର ଅଗଷ୍ଟ ମାସରେ ପ୍ରଥମେ ଏହି ନିର୍ଦ୍ଦେଶ ଦେଇଥିଲେ। ଏକନାଥଙ୍କ ସରକାର ତାଙ୍କୁ ରାଜ୍ୟ କ୍ୟାବିନେଟ୍‌ ଦାୟିତ୍ୱ ଦେବା ପରେ ସେ ଏହି ନିର୍ଦ୍ଦେଶ ଲାଗୁ କରିଛନ୍ତି। ଏନେଇ ବିଜେପି ନେତା ସୁଧିର ମୁଙ୍ଗତିୱାର କହିଛନ୍ତି ” ଦେଶ ୭୫ ତମ ସ୍ୱାଧିନତା ଦିବସ ପାଳନ କରୁଛି। ଏହାର ଗୁରୁତ୍ୱ ଦୃଷ୍ଟିରୁ ନିଷ୍ପତ୍ତି ହୋଇଛି ଯେ ସରକାରୀ କର୍ମଚାରୀ ଆଉ ହ୍ୟାଲୋ କହିବେ ନାହିଁ ତା ବଦଳରେ ବନ୍ଦେ ମାତରମ କହି ଫୋନ୍‌ରେ କଥାବାର୍ତ୍ତା ଆରମ୍ଭ କରିବେ।”  

nis-ad
Leave A Reply

Your email address will not be published.