ଆଜି ଠାରୁ ୪୭ ଟ୍ରେନ୍‌ ସମୟ‌ରେ ପରିବର୍ତ୍ତନ

ଭୁବନେଶ୍ବର : ଅକ୍ଟୋବର ପହିଲା(ଶନିବାର)ଠାରୁ ପୂର୍ବତଟ ରେଳପଥ ପକ୍ଷରୁ ୪୭ଟି ଟ୍ରେନ୍‌ ସମୟରେ ପରିବର୍ତ୍ତନ କରାଯାଇଛି। ଟ୍ରେନ୍‌ ଉତ୍ପତ୍ତି ଷ୍ଟେସନ୍‌(ଛାଡ଼ୁଥିବା ମୂଳ ଷ୍ଟେସନ୍‌)ରେ ପୂର୍ବ ନିର୍ଦ୍ଧାରିତ ସମୟରେ ପରିବର୍ତ୍ତନ ହୋଇଛି। ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ସମୟ ପରିବର୍ତ୍ତନ ହୋଇଥିବା ୧୦ଟି ଟ୍ରେନ୍‌ ହେଉଛି ପୁରୀ-ଯୋଧପୁର ଏକ୍ସପ୍ରେସ(୨୦୮୧୩) ପୁରୀ, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର ଓ କଟକଠାରେ, ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ(୧୮୩୦୪) ପୁରୀ, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, ନରାଜ, ଢେଙ୍କାନାଳ, ଅନୁଗୁଳ ଓ ସମ୍ବଲପୁରଠାରେ, ଟାଟା-ବିଶାଖାପାଟନମ୍-ଟାଟା ଏକ୍ସପ୍ରେସ୍(୨୦୮୧୫/୨୦୮୧୬) ଟାଟା, କଟକ, ଭୁବନେଶ୍ୱର, ଖୋର୍ଦ୍ଧାରୋଡ୍, ବ୍ରହ୍ମପୁର, ପଲାସା, ବିଜୟନଗରମ୍ ଓ ବିଶାଖାପାଟଣାଠାରେ, ବିଶାଖାପାଟଣା-କୋରବା ଏକ୍ସପ୍ରେସ(୧୮୫୧୮) ବିଶାଖାପାଟଣା, ମହାସମୁନ୍ଦ, ଲାଖୋଲି, ରାୟପୁର, ବିଲାସପୁର ଓ କୋରବାଠାରେ ପରିବର୍ତ୍ତନ ହୋଇଛି।

ସେହିପରି ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ(୧୮୪୪୭) ଭୁବନେଶ୍ୱର, ବିଜୟନଗରମ୍, ରାୟଗଡା, ଦମନଯୋଡ଼ି, କୋରାପୁଟ, ଜୟପୁର ଓ ଜଗଦଲପୁରରେ, ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସ(୧୮୪୫୨) ପୁରୀ-ଖୋର୍ଦ୍ଧା ରୋଡ୍‌, ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ତାଳଚେର ଓ ଅନୁଗୁଳଠାରେ, ଦୁର୍ଗ-ବିଶାଖାପାଟଣା ଏକ୍ସପ୍ରେସ୍‌ (୧୮୫୨୯) ଦୁର୍ଗ, ବିଜୟନଗରମ୍‌, କୋଟାଭାଲାସା, ସୀମାଚଳମ୍‌ ଓ ବିଶାଖାପାଟଣାଠାରେ, ପାରାଦୀପ-ବିଶାଖାପାଟନମ୍ ଏକ୍ସପ୍ରେସ(୨୨୮୦୯) ପାରାଦୀପ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ବିଜୟନଗରମ୍‌ ଓ ବିଶାଖାପାଟଣାଠାରେ ଏବଂ ଗୁଣ୍ଟୁର-ରାୟଗଡା ଏକ୍ସପ୍ରେସ(୧୭୨୪୩) ଦୁଭାଡା, ବିଶାଖାପାଟଣା, ବିଜୟନଗରମ୍, ବବିଲି, ପାର୍ବତୀପୁରମ୍, ପାର୍ବତୀପୁରମ୍ ଟାଉନ ଷ୍ଟେସନଗୁଡ଼ିକ ସମୟରେ ପରିବର୍ତ୍ତନ କରାଯାଇଛି। ଏହାବ୍ୟତୀତ ପୁରୀ-ଖୋର୍ଦ୍ଧା ରୋଡ୍-ପୁରୀ ପାସେଞ୍ଜର ସ୍ପେସିଆଲ୍‌ର ସମୟ ଉଭୟ ଦିଗରୁ ପରିବର୍ତ୍ତନ କରାଯାଇଛି।

୧୩ଟି ଟ୍ରେନର ସମୟ ମୂଳ ଷ୍ଟେସନରୁ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ପୂର୍ବ ନିର୍ଧାରିତ ସମୟଠାରୁ କିଛି ସମୟ ପୂର୍ବରୁ କିମ୍ବା କିଛି ସମୟ ପରେ ନିର୍ଧାରିତ କରାଯାଇଛି। ସେଗୁଡ଼ିକ ହେଲା, ରାମେଶ୍ୱରମ୍-ଭୁବନେଶ୍ୱର ଏକ୍ସପ୍ରେସ(୨୦୮୯୫), ଦିଘା-ବିଶାଖାପାଟଣା ଏକ୍ସପ୍ରେସ(୨୨୮୭୩), ଭୁବନେଶ୍ୱର-ନୟାଗଡ଼ ଟାଉନ ଏକ୍ସପ୍ରେସ(୧୮୪୨୩), ବିଶାଖାପାଟନମ୍-ଅମୃତସର ହିରାକୁଦ ଏକ୍ସପ୍ରେସ(୨୦୮୦୭), ପାରାଦୀପ-ବିଶାଖାପାଟଣା ଏକ୍ସପ୍ରେସ(୨୨୮୦୯), ସମ୍ବଲପୁର-ଜାମ୍ମୁ ତବୀ ଏକ୍ସପ୍ରେସ(୧୮୩୦୯), ପୁରୀ-ଆନନ୍ଦ ବିହାର ନୀଳାଚଳ ଏକ୍ସପ୍ରେସ(୧୨୮୭୫), ଟାଟା-ବିଶାଖାପାଟନମ୍ ଏକ୍ସପ୍ରେସ(୨୦୮୧୫), ଭୁବନେଶ୍ୱର-ତିରୁପତି ଏକ୍ସପ୍ରେସ(୨୨୮୭୯), ପୁରୀ-ଚେନ୍ନାଇ ଏକ୍ସପ୍ରେସ(୨୨୮୫୯) ଏବଂ ପୁରୀ-ହାଓଡ଼ା ଏକ୍ସପ୍ରେସ(୧୨୨୭୮)କୁ ସର୍ବନିମ୍ନ ୫ ମିନିଟ ଓ ସର୍ବାଧିକ ୨୫ ମିନିଟ ପର୍ଯ୍ୟନ୍ତ ସଂଶୋଧିତ କରାଯାଇଛି।

nis-ad
Leave A Reply

Your email address will not be published.