ମଧ୍ୟାହ୍ନ ଭୋଜନ ଖାଇ ୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ !

ବରଗଡ: ମଧ୍ୟାହ୍ନ ଭୋଜନ ଖାଇ ୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ! ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ରେଙ୍ଗାଳି ପଞ୍ଚାୟତ ବ୍ରାହ୍ମଣଡିହି ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା । ଗାଁରେ ଥିବା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ପରେ ଅସୁସ୍ଥ ଅନୁଭବ କରିଥିଲେ ଏବଂ ବାନ୍ତି କରିଥିଲେ। ସେମାନଙ୍କୁ ସଂଗେ ସଂଗେ ସୋହେଲା ସରକାରୀ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା ଆରମ୍ଭ କରାଯାଇଛି ।

ପାଞ୍ଚରୁ ଦଶ ଜଣ ଛାତ୍ରଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ସାଲାଇନ ଲଗାଯାଇ ଚିକିତ୍ସା ଚାଲିଛି । ଆଜି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଭାତ ଡ଼ାଲି, ସୋୟାବିନ ବଡି ଦିଆଯାଇଥିଲା। ତେବେ ଖାଦ୍ୟ ବିଷାକ୍ତ ଯୋଗୁଁ ଛାତ୍ରଛାତ୍ରୀମାନେ ଏପରି ଅସୁସ୍ଥ ହୋଇପଡି ଥିବା ଅଭିଯୋଗ ହୋଇଥିବା ବେଳେ ଏହାର ପ୍ରକୃତ କାରଣ ଜଣାପଡି ନାହିଁ।

nis-ad
Leave A Reply

Your email address will not be published.