ବ୍ରାଉନ ସୁଗାର ବିକ୍ରି ବେଳେ ଧରା ପଡ଼ିଲେ ବୃଦ୍ଧା; ୩୫ ଗ୍ରାମ ବ୍ରାଉନ୍‌ସୁଗାର ଜବତ

ଢେଙ୍କାନାଳ ୩୦/୦୯: ଢେଙ୍କାନାଳରେ ବ୍ରାଉନ ସୁଗାର କାରବାର ବଢ଼ିବାରେ ଲାଗିଛି। ଏପରିକି ଏହି ଧଳା ଜହର କାରବାରରେ ମହିଳାମାନେ ସାମିଲ ହେଉଥିବା  ଘଟଣା ପଦାକୁ ଆସିଛି। ଶୁକ୍ରବାର ଅବକାରୀ ଗୁଇନ୍ଦାର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଚଢ଼ଉ କରି ଜଣେ ବୃଦ୍ଧାଙ୍କୁ ଗିରଫ କରିଛି। ଗିରଫ ବୃଦ୍ଧା ଜଣଙ୍କ ବ୍ରାଉନସୁଗାର ବିକ୍ରି କଲାବେଳେ ଅବକାରୀ ସ୍କ୍ୱାର୍ଡ ତାଙ୍କୁ କାବୁ କରିଛି। ତାଙ୍କ ଠାରୁ ୩୫ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି।

ବୃଦ୍ଧା ଜଣଙ୍କ ଏହି ବ୍ରାଉନ ସୁଗାରକୁ ପୁଡ଼ିଆ କରି କାମାକ୍ଷାନଗର ନୂଆ ଆଳୁତମାରେ ବିକ୍ରି କରୁଥିଲେ। ସମ୍ପୃକ୍ତା ବୃଦ୍ଧାଙ୍କୁ ତାଙ୍କ ପୁଅ ସହଯୋଗ କରିଥିଲା ବୋଲି ଅବକାରୀ ସ୍କ୍ୱାର୍ଡ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଗିରଫ ବୃଦ୍ଧାଙ୍କ ପରିଚୟ ଚନ୍ଦ୍ରାବତୀ ବେହେରା। ସେ ନୂଆ ଆଳୁତମା ଅଂଚଳର ବାସିନ୍ଦା  ବୋଲି ଜଣାପଡିଛି। ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଯାଛି ବୋଲି ଅବକାରୀ ଗୁଇନ୍ଦା ସ୍ୱତନ୍ତ୍ର ସ୍କ୍ୱାର୍ଡର ନିରୀକ୍ଷକ ପ୍ରମୋଦ ପଣ୍ଡା ପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.