ବ୍ଳକସ୍ତରିୟ ଅନ୍ତ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ହିଞ୍ଜିଳିକାଟୁ (୩୦।୯) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସରକାରୀ ଵୃନ୍ଦାବନ ବିଦ୍ୟାଳୟ ମିନି ଷ୍ଟାଡିୟମ ପରିସରରେ ହିଞ୍ଜିଳିକାଟୁ ବ୍ଳକ ସ୍ତରିୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳିକାଟୁ ବ୍ଲକ ର୩୦ ଗୋଟି ବିଦ୍ୟାଳୟ ର ୧୭ ଵର୍ଷ ରୁ କମ ୧୫୬ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ କୂ ହିଞ୍ଜିଳିକାଟୁ ଗୋଷ୍ଟି ଶିକ୍ଷାଧିକାରୀ ଏସ ଗିରିଧାରି ଉଦଘାଟନ କରିଥିଲେ ଓ ଏବିଇଓ ସୁସିଲ କୁମାର ପାତ୍ର ଯୋଗଦେଇପ୍ରତିଯୋଗଗିଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ କୁ କ୍ରିଡା ଶିକ୍ଷକ ବଟକୃଷ୍ଣ ପଣ୍ଡା, ଅରୁଣ କୁମାର ସାମନ୍ତ,ଦୁର୍ଗାମାଧବ ପଣ୍ଡା,ବିଭୁତି ପଟ୍ଟନାୟକ, ସମିର ବେହେରା, ଚିମନ କୂମାର ସାହୁ଼ ,ପ୍ୟଙ୍ଗ୍ୟାପ୍ରିୟଦର୍ଶିନୀ ପାଣିଗ୍ରାହୀ, ଧିରସମିର ପାଣିଗ୍ରାହୀ, ଅମ୍ବିକା ଦାସ ଓ ସିଆରସିସି ଅଖିଳ କୁମାର ପଣ୍ଡା ଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.