ଭୁସ୍ଖଳନ ଅଂଚଳ ଗସ୍ତ କଲେ ବିଡ଼ିଓ,ତହସିଲଦାର

ଦାରିଙ୍ଗବାଡ଼ି,(୨୯/୯) : ହାତିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରୀପଦର ଗ୍ରାମ ନିକଟରେ ରହିଥିବା ପାହାଡ଼ରେ ବଡ଼ ବଡ଼ ଫାଟ ଦେଖା ଯିବା ସହ ମାଟି ଅତଡା ଖସିଥିବା ଏହି କିଛି ଦିନ ହେବ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ଗାଁ ଠାରୁ କିଛି ଦୂରରେ ଏହି ଘଟଣା ଘଟିଥିବା ବେଳେ କୁମ୍ଭାରୀପଦର ଗ୍ରାମବାସୀ ଭୟଭିତ ଅବସ୍ଥାରେ ରହିଛନ୍ତି । କେତେବେଳେ କଣ ହେବ ତାକୁ ନେଇ ଅଂଚଳବାସୀ ଚିନ୍ତାରେ ରହିଛନ୍ତି । ଆଜି(ଗୁରୁବାର) ଦିନ ଦାରିଙ୍ଗବାଡ଼ି ବିଡ଼ିଓ ଗଦାଧର ପାତ୍ର,ତହସିଲଦାର ଡ଼ଃ ଅଶୋକ କୁମାର ଦାସ ଘଟଣା ସ୍ଥଳରେ ପହଂଚି ଘଟଣାର ଅନୁଧ୍ୟାନ କରିଥିଲେ । ଏହାରି ଫଳରେ ଗ୍ରାମରେ ରହିଥିବା ୧୦୦ ରୁ ଉର୍ଦ୍ଧ ପରିବାର ଭୟଭିତ ହୋଇ ରହୁଥିବା ପ୍ରକାଶ ପାଇଛି। ଗତ ଶୁକ୍ରବାର ଦିନ ଅତିରିକ୍ତ ତହସିଲଦାର ଭବେସ ମାଝୀ ଘଟଣା ସ୍ଥଳରେ ପହଂଚି ଘଟଣାର ଅନୁଧ୍ୟାନ କରିଥିଲେ । ବିଡ଼ିଓ ଓ ତହସିଲଦାର ଘଟଣା ସ୍ଥଳରେ ପହଂଚି ଭୁସ୍ଖଳନର ଅନୁଧ୍ୟାନ କରି ଜିଲ୍ଲାପାଳଙ୍କୁ ଏକ ରିପୋର୍ଟ ପ୍ରଦାନ କରିବେ ବୋଲି ଅତିରିକ୍ତ ତହସିଲଦାର ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ।ଆଜି ବିଡିଓ ଓ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଏହାର ଅନୁଧ୍ୟାନ ନିମନ୍ତେ ଏକ ଟେକନିକାଲ ଟିମର ଆବଶ୍ୟକତା ଥିବା ବିଡ଼ିଓମତପ୍ରକାଶ କରି ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି । ଏହା ପରେ ବିଡ଼ିଓ ଓ ତହସିଲଦାର ଗାହେଜୁ, ମାଣ୍ଡିପଙ୍କା , ବୁଜୁଲି ସ୍କୁଲ ଓ ଅଙ୍ଗନବାଡ଼ି ପରିଦର୍ଶନ କରି ଆବଶ୍ୟକ ଉନ୍ନୟନ କାମ ନିମନ୍ତେ ଅନୁଧ୍ୟାନ କରିବା ସହ ଛାତ୍ରଛାତ୍ରିଙ୍କ ସହ ପାଠ ବିଷୟରେ ଆଲୋଚନା କରିଥିଲେ । ବିଡ଼ିଓ, ତହସିଲଦାର ଗସ୍ତ ସମୟରେ ହାତୀମୁଣ୍ଡା ସରପଞ୍ଚ ନବନିତା କପାଟପାତ୍ର ସହ ଗ୍ରାମବାସୀ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.