ବୁଦ୍ଧଖୋଲରେ ବୁଗୁଡ଼ା ବ୍ଲକ ସ୍ତରୀୟ କଳାକାରଙ୍କ ସମାବେଶ

ବୁଗୁଡ଼ା : ବୁଗୁଡ଼ା ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ବୁଦ୍ଧଖୋଲ ପାଦଦେଶସ୍ଥ କଲ୍ଯାଣୀ ମଣ୍ଡପଠାରେ କଳାକାର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବି.କରଡ଼ାବାଡ଼ିର ଧବଳେଶ୍ବର ନାଟ୍ଯ ସଂସଦ , ଖୋଳଖାଳିର ବ୍ରହ୍ମଣୀଦେବୀ ନାଟ୍ଯକଳା ପରିଷଦ , ସୋଲଣ୍ଡିର ମା ସନ୍ତୋଷୀ ନାଟ୍ଯ ସଂସଦ, ଆଦିପୁର ଗ୍ରାମର ମା ଠାକୁରାଣୀ ବାଘ ବୃଷଭ , କରଚୁଲିର କପିଳେଶ୍ଵର ନାଟ୍ଯ ସଂଘ , ସଙ୍କୁରୁ ଗ୍ରାମର ଭଗବତସ୍ବାମୀ ନାଟ୍ଯ ସଂଘ – ପ୍ରହଲ୍ଲାଦ ନାଟକ , କଳମ୍ବର ଭଗବତସ୍ବାମୀ ନାଟ୍ଯ ସଂଘ-ଘୁଡିକି , କାନକୁଟୁରୁ ଗ୍ରାମର ମା ଶିବକାଳୀ ଢୋଲଚାଙ୍ଗୁ ସଂଘ , ବାଦୁଆର ମା କାଳୀ ଘୁଡିକି ସଂଘ ଆଦି ସଂସ୍ଥାର କଳାକାରମାନେ ଯୋଗ ଦେଇଥିଲେ । ଏ ଅବସରରେ କଳାକାର ଭତ୍ତା ପରିମାଣ ବୃଦ୍ଧି , କଳାକାରଙ୍କୁ ପ୍ରତି ମାସରେ ଭତ୍ତା ପ୍ରଦାନ , ବ୍ଲକ ସ୍ତରୀୟ କଳାକାରଙ୍କୁ ଜନ ସଚେତନତା କାର୍ଯ୍ୟକ୍ରମ ଯୋଗାଇ ଦେବା , କଳାକାର ସଂଘକୁ ଗୃହ ଯୋଗାଣ ଆଦି ଦାବି ଉପସ୍ଥାପନ କରାଯାଇଥିଲା । ସଂଘ ସଭାପତି ଜଟେଶ୍ବର ବିଷୋୟୀଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ସଂସ୍କୃତି ଅଧିକାରୀ ଯିତେନ୍ କୁମାର ପରିଡା ଏବଂ ସମ୍ମାନିତ ଅତିଥି ଭାବେ ସୁରେଶ ଚନ୍ଦ୍ର ଦାସ , ବଂଶୀଧର ଦାସ , ରାଖଲ ଦାସ ପ୍ରମୁଖ ଯୋଗ ଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରାକ୍ତନ ଜିଲ୍ଲା ସଂସ୍କୃତି ଅଧିକାରୀ କୃଷ୍ଣଚନ୍ଦ୍ର ନିଶାଙ୍କ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସମାବେଶର ଆରମ୍ଭ କରିଥିବା ବେଳେ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ ସଂଯୋଜନା ଏବଂ ସଂଘ ସମ୍ପାଦକ ପ୍ରମୋଦ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.