୧୦ ବର୍ଷ ଭିତରେ ଆଦିବାସୀ ପରିବାରଙ୍କ କଲ୍ୟାଣ ପାଇଁ ସରକାର ୫ ଗୁଣା ଖର୍ଚ୍ଚ ବଢାଇଛନ୍ତି : ନରେନ୍ଦ୍ର ମୋଦି

୧୦ ବର୍ଷ ଭିତରେ ଆଦିବାସୀ ପରିବାରଙ୍କ କଲ୍ୟାଣ ପାଇଁ ସରକାର ୫ ଗୁଣା ଖର୍ଚ୍ଚ ବଢାଇଛନ୍ତି। ୧୦ ବର୍ଷ ତଳେ ୨୫ ହଜାର କୋଟିରୁ କମ ଟଙ୍କା ଖର୍ଚ୍ଚ ହେଉଥିଲା। ସରକାର ଏହାକୁ ୫ ଗୁଣା ବଢାଇ ୧ ଲକ୍ଷ ୨୫ ହଜାର କୋଟି ଟଙ୍କା କରିଥିବା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ, ବିହାର ଜାମୁଇରେ ଆୟୋଜିତ କାର୍ଯ୍ୟକ୍ରମରେ ଏହା କହିଛନ୍ତି ମୋଦି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରାୟ ୬ ହଜାର ୬ଶହ ୪୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଲୋକର୍ପଣ କରିଛନ୍ତି। ବର୍ତ୍ତମାନ ଧରତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଆରମ୍ଭ ହୋଇଛି। ଏଥିରେ ଆଦିବାସୀ ଗାଁଗୁଡିକ ପାଇଁ ଖର୍ଚ୍ଚ କରାଯିବ ୮୦ ହଜାର କୋଟି ଟଙ୍କା ଏବଂ ୬୦ ହଜାର ଆଦିବାସୀ ଗାଁ ଉପକୃତ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ମୋଦି କହିଥିଲେ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିବା ପାଇଁ ବିଜେପି ଓ ଏନଡିଏକୁ ସୌଭାଗ୍ୟ ମିଳିଥିଲା। ଦ୍ରୌପଦୀ ମୁର୍ମୁ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି । ଏହାସହ ପିଏମ ଜନମନ ଯୋଜନା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶ୍ରେୟ ଦେଇଥିଲେ। ୨୪ ହଜାର କୋଟି ଟଙ୍କା ବ୍ୟୟ ବରାଦରେ ଆଦିବାସୀଙ୍କ ଜୀବନକୁ ସହଜ କରିବାକୁ ପିଏମ ଜନମନ ଯୋଜନା ଆରମ୍ଭ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜିର କାର୍ଯ୍ୟକ୍ରମରେ ବିର୍ସା ମୁଣ୍ଡାଙ୍କ ସମ୍ମାନରେ ୧୫୦ ଟଙ୍କିଆ ସ୍ମାରକୀ କଏନ ମଧ୍ୟ ଉନ୍ମୋଚିତ ହୋଇଛି ।

nis-ad
Leave A Reply

Your email address will not be published.