ଜାତୀୟ ପୋଷଣ ସଚେତନ ରଥ ଶୁଭାରମ୍ଭ

ଦାରିଙ୍ଗବାଡ଼ି, ୨୬/୯ : ଦାରିଙ୍ଗବାଡ଼ି ବ୍ଲକର ୨୫ ଟି ଗ୍ରାମ ପଞ୍ଚାୟତ ର କୃଷକଙ୍କୁ କୃଷି ସମ୍ପର୍କରେ ସଚେତନ କରିବା ପାଇଁ ସଚେତନ ରଥର ଶୁଭାରମ୍ଭ ହେଲା। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବିଡ଼ିଓ ଗଦାଧର ପାତ୍ର ସବୁଜ ପତାକା ଦେଖାଇ ରଥ ର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କୃଷି ବିଭାଗର ବ୍ଲକ ଅତିରିକ୍ତ କୃଷି ଅଧିକାରୀ କ୍ଷେତିସ ବିଳାସ ବେହେରା , ଜାଗୃତି ସମ୍ପାଦକ ତଥା ମିଲେଟ ମିଶନ ପ୍ରକଳ୍ପ ପରିଚାଳକ କୈଳାଶ ଚନ୍ଦ୍ର ଦଣ୍ଡପାଟ ଏବଂ ମିଲେଟ ମିଶନ ଓ କୃଷି ବିଭାଗ ର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ବିଭିନ୍ନ ପ୍ରକାର ଚାଷର ପ୍ରଣାଳୀ ସହିତ କୀଟ ନାଶକ ଔଷଧର ବ୍ୟବହାର ସମ୍ପର୍କରେ ସୂଚନା ପ୍ରଦାନ କରି କୃଷକଙ୍କ ସଚେତନ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.