ଉତ୍ତରାଖଣ୍ଡ ବାସ ଦୁର୍ଘଟଣା କୁ ପୁରିଲା ପନ୍ଦର ବର୍ଷ ତୀର୍ଥ ଯାତ୍ରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୀପ ଦାନ

ବ୍ରହ୍ମପୁର : ଠିକ୍ ପନ୍ଦର ବର୍ଷ ତଳେ ଆଜି ଦିନ ରେ ଗଞ୍ଜାମ ଜିଲ୍ଲାର ୪୧ ଜଣ ତୀର୍ଥ ଯାତ୍ରୀ ଉତ୍ତରାଖଣ୍ଡ ର ଯୋଶୀ ମଠ ଠାରେ ଏକ ବସ ଦୁର୍ଘଟଣା ରେ ମୃତ୍ୟୁବରଣ କରିଥିଲେ। ଏହି ତୀର୍ଥ ଯାତ୍ରୀ ଙ୍କ ପାଇଁ ପ୍ରତ୍ୟେକ ବର୍ଷ ବ୍ରହ୍ମପୁର ସହରରେ ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ଙ୍କ ସଂଯୋଜନା ରେ ୪୧ଜଣ ତୀର୍ଥ ଯାତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦୀପଦାନ ଶ୍ରାଦ୍ଧର ଆୟୋଜନ କରାଯାଏ। ଆଜି ମଧ୍ୟ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ସ୍ଥାନୀୟ ଶ୍ରୀ ହନୁମାନ ବାଲାଜୀ ମନ୍ଦିର ରେ ୪୧ ଦୀପ ଦାନ କରି ସେହି ପୁଣ୍ୟ ଆତ୍ମା ତୀର୍ଥ ଯାତ୍ରୀ ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଏହି ମହତ କାର୍ଯ୍ୟ ରେ ବହୁ ଗୁଣୀ ଜ୍ଞାନୀ ଶିକ୍ଷାବିତ ସାହିତ୍ୟିକ କବି ଲେଖକ ଯୋଗ ଦେଇଥିଲେ । ଏହି ଦୁର୍ଘଟଣା ରେ ହାରାମଣୀ ତ୍ରିପାଠୀ ଙ୍କ ସହ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରୁ ମହାଳୟା ଶ୍ରାଦ୍ଧ ଦିବସ ପାଳନ ଅବସରରେ ବଦ୍ରି ନାରାୟଣ ରେ ପିଣ୍ଡଦାନ କରି ହରିଦ୍ଵାର ଫେରି ଆସୁଥିଲେ। କିନ୍ତୁ ବଡ଼ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା ସେହି ଦିନ। ଏକ ସମୟରେ ଅଳକାନନ୍ଦାରେ ବସ ଖସି ଯିବା ଫଳ ରେ ତୀର୍ଥ ଯାତ୍ରୀ ମାନେ ଦୁଃଖଦ ମୃତ୍ୟୁ ବରଣ କରିଥିଲେ। ସାରା ଗଞ୍ଜାମ ଜିଲ୍ଲାର ଘରେ ଘରେ ଗଞ୍ଜାମ ଜିଲ୍ଲାର ତୀର୍ଥ ଯାତ୍ରୀ ମାନଙ୍କ ବିୟୋଗ ଖବର ଭରି ଦେଇଥିଲା ସମସ୍ତ ଙ୍କ ଆଖିରେ ଲୁହ। ବେଗୁନିଆ ପଡ଼ା ପୋଲସରା ରମ୍ଭା ଖଲିକୋଟ ଅଞ୍ଚଳର ପ୍ରାୟ ୪୧ ତୀର୍ଥ ଯାତ୍ରୀ ସେ ଦିନ ଆକସ୍ମିକ ଚାଲି ଗଲେ ।ଆଜି ସେହି ପୁଣ୍ୟ ଆତ୍ମା ଙ୍କ ପାଇଁ ଦୁର୍ଘଟଣାର କାହାଣୀ ଆଜିବି ଅନେକଙ୍କ ଆଖି ରେ ଲୁହ ଭରି ଦେଉଚି। ଆଜି ସନ୍ଧ୍ୟା ସମୟରେ ଦୀପ ଦାନ କରି ଥିଲେ ତ୍ରିଲୋଚନ ଦାସ, ପ୍ରଫେସର ଡ ସନ୍ତୋଷ କୁମାର ଦାଶ, ବିଭୁ ଦତ୍ତ ତ୍ରିପାଠୀ, କବି କୃଷ୍ଣ ଚନ୍ଦ୍ର ତ୍ରିପାଠୀ,ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ମାନସ ରଞ୍ଜନ ତ୍ରିପାଠୀ ଅମିତା ମିଶ୍ର ଙ୍କ ସମେତ ଅନେକ ବୁଦ୍ଧିଜୀବି ଦୀପ ଦାନ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ

nis-ad
Leave A Reply

Your email address will not be published.