ରାଜସ୍ଥାନରେ ୮୦ କଂଗ୍ରେସ ବିଧାୟକଙ୍କ ଇସ୍ତଫା

ଜୟପୁର: ରାଜସ୍ଥାନ କଂଗ୍ରେସରେ ହଟଚମଟ। ପ୍ରାୟ ୮୦ ଜଣ କଂଗ୍ରେସ ବିଧାୟକ ଆଜି ଇସ୍ତଫା ଦେଇଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏଆଇସିସି ସଭାପତି ପାଇଁ ନାମାଙ୍କନ ଦାଖଲ ପୂର୍ବରୁ ଦଳୀୟ ପାଣିପାଗ ହଲଚଲ ହୋଇଛି।  ଏହି ବିଧାୟକମାନେ ବିଧାନସଭା ବାଚସ୍ପତି ସିପି ଯୋଶୀଙ୍କୁ ଭେଟି ସେମାନଙ୍କ ଇସ୍ତଫାପତ୍ର ଦେଇଛନ୍ତି। ଫଳରେ ଦଳ ପାଇଁ ନୂଆ ସଙ୍କଟ ଉପୁଜିଛି। ଗେହଲଟଙ୍କ ସ୍ଥାନରେ କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ କସରତ ଚାଲିଥିବା ବେଳେ ଦଳରେ ସୃଷ୍ଟି ହୋଇଥିବା ଫାଟ ଚରମ ସୀମାରେ ପହଞ୍ଚିଛି।

ଯଦି ଅଶୋକ କଂଗ୍ରେସ ସଭାପତି ହୁଅନ୍ତି ତେବେ ରାଜ୍ୟରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ପ୍ରମୁଖ ଦାବିଦାର ଥିବା ସଚିନ ପାଇଲଟଙ୍କୁ ଗେହଲଟ ଗୋଷ୍ଠୀ ସମର୍ଥନ କରୁନାହାନ୍ତି। ଗେହଲଟଙ୍କ ସମର୍ଥନରେ ଥିବା ପ୍ରାୟ ୮୨ ବିଧାୟକ ସଚିନ ପାଇଟଙ୍କ ମୁଖ୍ୟମନ୍ତ୍ରୀ ସପକ୍ଷରେ ନାହାନ୍ତି।

ଯାହାକୁ ନେଇ ଦଳୀୟ କନ୍ଦଳ ତେଜିବାରେ ଲାଗିଛି। ପାଇଲଟଙ୍କ ଖୁଲମଖୋଲା ବିଦ୍ରୋହ ବେଳେ ଯେଉଁମାନେ ଗେହଲଟଙ୍କ ସମର୍ଥନରେ ଛିଡ଼ା ହୋଇଥିଲେ ସେମାନଙ୍କ ମଧ୍ୟରୁ କେହି ଜଣେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଦାବି ଉଠିଛି। ଗେହଲଟଙ୍କ ପାଖରେ ଏକ ବଡ଼ ଗୋଷ୍ଠୀ ଥିବାରୁ ମୁଖ୍ୟମନ୍ତ୍ରୀ ହେବା ପାଇଁ  ପାଇଲଟଙ୍କ ଲାଗି ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି।  ଆଜି ସନ୍ଧ୍ୟାରେ ରାଜସ୍ଥାନ କ୍ୟାବିନେଟ ମନ୍ତ୍ରୀ ଶାନ୍ତି ଧରିୱାଲ ୮୦ ଜଣ ବିଧାୟକଙ୍କୁ ଏକ ବସରେ ଧରି  ବାଚସ୍ପତି ସିପି ଜୋଶୀଙ୍କ ବାସଭବନକୁ ଯାଇଥିଲେ। ସେଠାରେ ଏହି ବିଧାୟକମାନେ ସମୂହ ଇସ୍ତଫା ଦେଇଥିବା ଜଣାପଡ଼ିଛି।

nis-ad
Leave A Reply

Your email address will not be published.