କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗରିବ କଲ୍ୟାଣ ଯୋଜନା ଠିକ ଭାବେ କାର୍ଯ୍ୟକାରୀ ହେଉନାହିଁ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ କଟି ମାହା ଗ୍ରାମ ପଞ୍ଚାୟତର ଫାଲିସି ପଦର ୱାର୍ଡ ନମ୍ବର ୩ ଗ୍ରାମର ବିଧବା ବୃଦ୍ଧା ମଇନା କହଁର ସ୍ଵାମୀ ମୃତ ସାରା କହଁର ଙ୍କ ଏକ ଲଜ୍ୟା ଜନକ ଦୃଶ୍ୟ ଦେଖିବାକୁ ମିଳିଛି l ଏଠି କହିବାକୁ ଚାହିଁବୁ କେବଳ ସରକାରଙ୍କ ଯୋଜନା, ଅଜା,ଆଈଙ୍କ କାହାଣୀ ପରି l ଯେମିତି ଜହ୍ନମାମୁ ସମସ୍ତଙ୍କ ପାଇଁ ମାମୁଁ ,,,ଅଭିମାନୀ, ମନକୁ ବୁଝାଇବା ପାଇଁ ମାଳମାଳ ଗରିବ କଲ୍ୟାଣ ଯୋଜନା କେବଳ ନାମକୁ ମାତ୍ର l ପ୍ରକୃତ ହିତାଧିକାରୀଙ୍କୁ ଦିବା ସ୍ଵପ୍ନ, ଉପଭୋଗ କରିବା ସାତ ସପନ l ସାଧାରଣରେ ଚର୍ଚ୍ଚା ଚାଲିଛି, ସ୍ୱାଧୀନତାର ୭୫ ବର୍ଷ ବିତିଗଲା ପରେ ବି ଆଜିକା ଦିନରେ ଏ କି ଦୃଶ୍ୟ ଓଡିଶା ମାନଚିତ୍ର ପାଇଁ ଏହା ଏକ ଲଜ୍ୟା ନୁହେଁ ତୋ ଆଉ କଣ l ରାଜ୍ୟ ମୁଖ୍ୟମନ୍ତ୍ରୀ ଗରିବଙ୍କ ପାଇଁ ତତ୍ପରତା ଦେଖାଉଥିବା ବେଳେ ବ୍ଲକ ପ୍ରଶାସନ ଏଠି ଗରିବଙ୍କୁ ଜହ୍ନମାମୁଁ କାହାଣୀ ଶୁଣାଉଛି l ଆଜିବି ଟିକାବାଲିରେ ରାଜ ନେତାଙ୍କ ଇଂଗିତରେ ବ୍ଲକ ଘେରା ବାନ୍ଧି, ନେତା ମାଳ ମାଳ ପ୍ରଭାବଶାଳୀ l ରାଜନେତା ମାନଙ୍କ ପାଇଁ ଆଜି ଗରିବଙ୍କ ଉର୍ନତିର ସୂର୍ଯ୍ୟ ଅସ୍ତ ହେଇଯାଇଛି କାହାକୁ ବା ଦୋଷ ଦେବା l ବ୍ଲକ ମୁଖ୍ୟ ଯଦି ଯୋଜନାକୁ ଉଚିତ ମାର୍ଗରେ ନେବାକୁ ଚାହୁଁଥିବା ବେଳେ ନେତାଙ୍କ ଫୋନରେ ଗାନ୍ଧୀଙ୍କ ତିନି ମାଙ୍କଡ ସାଜୁଛନ୍ତି ବ୍ଲକ ମୁଖିଆ l ଜନସାଧାରଣରେ ଚର୍ଚ୍ଚା ଚାଲିଛି କେବେ ଓ କୋଉ ସରକାରଙ୍କ ଦୁର୍ନୀତି ର ପରଦା ଏଡାଇ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ଯୋଜନା ପହଞ୍ଚିବା ରେ ସକ୍ଷମ ହେବେ ତାହା ଦେଖିବାକୁ ବାକି ରହିଛି l

nis-ad
Leave A Reply

Your email address will not be published.