ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ପାଳନ…

ମାଲକାନଗିରି,; ମାଲକାନଗିରି ବ୍ଲକ ଅନ୍ତର୍ଗତ ଏମ.ଭି-୦୭ ଉ.ପ୍ରା ବିଦ୍ୟାଳୟ ପ୍ରାଙ୍ଗଣରେ ଅଜୟ କୁମାର ସ୍ୱାଇଁଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସାଭ ପାଳନ କରାଯାଇଥିଲା । ଏହି ସଭାରେ ମାଲକାନଗିରି ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ କିଶୋର ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ରୁପେ ଉପସ୍ଥିତ ଥିଲେ । ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶ୍ରୀ ରାମ ପ୍ରସାଦ ପାଢୀ , ସଂମ୍ପାଦକ ଶ୍ରୀଗୁରୁପଦ ସରକାର , ସି.ଆର.ସି.ସି ଚିତରଞ୍ଜନ ସରକାର , ସ୍ଥାନୀୟ ଏମ.ଭି-୦୭ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଇଶ୍ୱର ରାଓ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଉପସ୍ଥିତ ଥିଲେ । ଶ୍ରୀ ଅଜୟ କୁମାର ସ୍ୱାଇଁ ୦୧.୦୨.୧୯୯୮ ରୁ ନିଜ ଶିକ୍ଷକତା ଜୀବନ ପ୍ରାରମ୍ଭ କରି ଗତ ତା ୩୧.୦୮.୨୦୨୨ ରିଖରେ ଅବସର ଗ୍ରହଣ କରିଥିଲେ । ଏହି ସଭାରେ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ, ସ୍ଥାନୀୟ ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ । ଶ୍ରୀ ସ୍ୱାଇଁ ଜଣେ ଆଦର୍ଶ ଶିକ୍ଷକ , ସଙ୍ଗଠକ , ରୂପେ ନିଜ ଶିକ୍ଷକତା ଜୀବନ ନିର୍ବାହ କରିଥିବାରୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁଶ୍ରୀ ଜୟନ୍ତୀ ସରକାର ଓ ବର୍ତମାନର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସାଧନା ମଣ୍ଡଳ , ଅଜନ୍ତା ସରକାର ପ୍ରମୁଖ ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.