ପବିିତ୍ର ମହାଳୟାରେ ପୁରୀର ପଞ୍ଚ ପୁଷ୍କରିଣୀ ଓ ଭୁବନେଶ୍ବରର ବିନ୍ଦୁ ସାଗରରେ ପିଣ୍ଡ ଦାନ

ପୁରୀ:  ଆଜି ପବିିତ୍ର ମହାଳୟା । ଆଜି ଦିନରେ ପିତୃ ପୁରୁଷଙ୍କୁ ପିଣ୍ଡ ଦେବାର ପରମ୍ପରା ରହିଛି । ଆଜି ପିତୃପକ୍ଷର ଶେଷ ଦିବସରେ ପିତୃ ପୁରୁଷଙ୍କ ଆତ୍ମାର ସଦ୍‌ଗତି କାମନା କରି ପୁରୀର ପଞ୍ଚ ପୁଷ୍କରିଣୀ ତଥା ମହୋଦଧିରେ ମଧ୍ୟ ଶ୍ରଦ୍ଧାଳୁ ମାନେ ଶ୍ରାଦ୍ଧ ଦେଇଥାନ୍ତି । ଆଶ୍ୱିନମାସ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ପପିତୃପକ୍ଷର ଆଜି ଶେଷ ଦିନ ହୋଇଥିବାରୁ ପିଣ୍ଡ ଦାନ ଏବଂ ଶ୍ରାଦ୍ଧ ଦେବା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମାଗମ ଦେଖିବାକୁ ମୁିଳିଛି ।

ସେହିପରି ବିନ୍ଦୁ ସାଗରରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଲାଗି ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଛି । ଦୀର୍ଘ ୨ ବର୍ଷ ପରେ କୋଭିଡ କଟକଣା ହଟିବା ପରେ ବିନ୍ଦୁ ସାଗରରେ ଲୋକଙ୍କ ଭିଡ଼ ଜମିଛି ।

nis-ad
Leave A Reply

Your email address will not be published.