ଯାଜପୁରରୁ ୮୦ ଗ୍ରାମର ହେରୋଇନ ଜବତ, ଜଣେ ଗିରଫ

ଯାଜପୁର : ଯାଜପୁର ଜିଲ୍ଲା ଅବକାରୀ ବିଭାଗର ଚଢ଼ାଉ । ୮୦ ଗ୍ରାମର ହେରୋଇନ ଜବତ,ଜଣେ ଗିରଫ। ଗିରଫ ଅଭିଯୁକ୍ତ ହେଉଛନ୍ତି ଯାଜପୁର ରୋଡ଼ ଅଞ୍ଚଳର ଅଜୁ ଦାସ। ଜବତ ହେରୋଇନର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ହେବ। କୁଆଖିଆ ବଜାର ଅଞ୍ଚଳରେ ଗତକାଲି ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ ଚାଲୁଥିବା ବେଳେ ଅଜୁ ଦାସଙ୍କୁ ହେରୋଇନ ସହିତ ଧରାଯାଇଥିଲା। ତା ନିକଟରୁ ନଗଦ ୪ ହଜାର ଟଙ୍କା ଜବତ ହୋଇଛି।

ସେ ନିୟମିତ ଭାବେ ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାରୁ ହେରୋଇନ ଆଣି କାରବାର କରୁଥିବା ଅବକାରୀ ବିଭାଗ ପକ୍ଷରୁ ତଦନ୍ତରେ ଜଣାପଡିଛି। ଆଜି ଅଭିଯୁକ୍ତ ଅଜୁ ଦାସଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜିଲ୍ଲା ଅବକାରୀ ନିରୀକ୍ଷକ ସ୍ୱପ୍ନା ରାଣୀ ସାହୁ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.