ନାକଟିଦେଉଳ ଠାରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବିଶାଳ ସମ୍ମିଳନୀ…

ସାମାଜିକ ନିରାପତ୍ତା ପାଇଁ ଦୁଇ ଶହ କୋଟି ଦାବି ଏବଂ କେନ୍ଦୁପତ୍ର ରୁ ଜି ଏସ ଟି ପ୍ରତ୍ୟାହାର ଦାବୀ…

ସମ୍ବଲପୁର // ନାକଟିଦେଉଳ : ନାକଟିଦେଉଳ ସ୍ଥିତ ହାଟପଦା ରେ ତିନୋଟି ରେଞ୍ଜ ର ନାକଟିଦେଉଳ, କିସିଣ୍ଡା, ଶିମିଳିପାଳ ର ଶହ ଶହ ତୋଳାଳୀ ଏବଂ ସିଯିନାଲ୍ କର୍ମଚାରୀ ମାନଙ୍କର ଉପସ୍ଥିତିରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ବିଜୟ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଡିଭିଜନ ସମ୍ପାଦକ କିଶୋର ପ୍ରଧାନ ସ୍ବାଗତ ଭାଷଣ ଦେଇ ରେଞ୍ଜ ତଥା ଡିଭିଜନ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ସମାବେଶରେ ବିଭିନ୍ନ ସମସ୍ୟା ମଧ୍ୟରେ ବାରମ୍ବାର ଦାବୀ ସତ୍ତ୍ଵେ କେନ୍ଦ୍ର ସରକାର କେନ୍ଦୁପତ୍ର ଉପରେ ଲାଗୁ କରିଥିବା 18% ଜି ଏସ ଟି ପ୍ରତ୍ୟାହାର କରି ନ ଥିବାରୁ ଘୋର ଉଦବେଗ ପ୍ରକାଶ କରିବା ସହ ତୀବ୍ର ପତିକ୍ରୀୟା ପ୍ରକାଶ କରାଯାଇଥିଲା । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଜି ଏସ ଟି ପ୍ରତ୍ୟାହାର କରିବା ପାଇଁ ଦୁଇଟି ଚିଠି ଦେଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ରୁ ସଂଘ ପକ୍ଷରୁ ପୁନରାୟ ଡିସେମ୍ବର 3 ତାରିଖ ଦିନ ଓଡ଼ିଶା ବିଧାନସଭା ରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। କିନ୍ତୁ ଏହି ବିଷୟରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରୁ ନ ଥିବାରୁ ସମାବେଶ ରେ ଦୁଃଖ ପ୍ରକାଶ କରାଯାଇଥିଲା।

ଚଳିତ ବର୍ଷ ସର୍ବନିମ୍ନ ମଜୁରୀ ଯାହା 2018 ମସିହାରେ ସଂଶୋଧିତ ହୋଇଥିଲା ତାହା ଏବେ ଚାରିବର୍ଷ ପୁରୁଣା ହେଲାଣି। ଇତି ମଧ୍ୟରେ ଦରଦାମ୍ ଓ ମୁଦ୍ରା ସ୍ଵିତି ଆକାଶ ଛୁଆଁ ହୋଇଥିବାରୁ 2023 ମସିହା ବିଶ୍ଵ ଶ୍ରମିକ ଦିବସରେ ନୂତନ ମଜୁରୀ ହାର ଘୋଷଣା କରାଯାଇ ସିଯିନାଲ୍ କର୍ମଚାରୀଙ୍କ ଯେଉଁ ହାରରେ ମଜୁରୀ ବୃଦ୍ଧି କରାଯାଏ ତାକୁ କରିବା ପାଇଁ ଦାବୀ କରାଯାଇଥିଲା ।
ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି କେନ୍ଦୁପତ୍ର ତୋଳାଳୀ ଠୁ ଆରମ୍ଭ କରି ସିଜିନାଲ୍ କର୍ମଚାରୀ ପର୍ଯ୍ୟନ୍ତ ଛାତ୍ର ବୃତ୍ତି, କନ୍ୟା ବିବାହ, ଚିକୀସ୍ୟା ସହାୟତା ରୁ ବଞ୍ଚିତ ହେଉଛନ୍ତି। ଏଥିପାଇଁ ରାଜ୍ୟ ସରକାର ନିଜର ପାଣ୍ଠି ରୁ ବଜେଟ୍ ର ଅନ୍ତର୍ଭୁକ୍ତ କରି 200 କୋଟି ଟଙ୍କା ବଜେଟ୍ ରେ ମଞ୍ଜୁର କରନ୍ତୁ। ରେଢ଼ାଖୋଲ ଡିଭିଜନ ରେ ଖାଲି ଥିବା ପଦବୀ କୁ ନେଇ ଉଦବେଗ ପ୍ରକାଶ କରିବା ସହ ପଦବୀ ପୂରଣ ପାଇଁ ଦାବୀ କରାଯାଇଛି। ଡି ଏସ ର ମଜୁରୀ ଦେବାରେ ମୁନସୀ ଏବଂ କର୍ମଚାରୀ ମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି। ଏହି ସମାବେଶ ରେ ରାଜ୍ୟ ସମ୍ପାଦକ ସଂଜିତ୍ ମହାନ୍ତି, ରାଜ୍ୟ ସମ୍ପାଦକ ମହମ୍ମଦ ମୂର୍ତୁଜା, ରାଜ୍ଯ ସମ୍ପାଦକ ଅନାଦି ସାହୁ, ରେଞ୍ଜ୍ ସମ୍ପାଦକ ଭିକାରୀ ପ୍ରଧାନ, ନାକଟିଦେଉଳ ଅଧ୍ୟକ୍ଷl ସୁରୂପା ରାଣୀ ସାହୁ, ପୂର୍ବତନ ଅଧକ୍ଷ ସୁଦର୍ଶନ ସାହୁ, ନାକଟିଦେଉଳ ସରପଞ୍ଚ ଜିତେନ୍ଦ୍ର ସାହୁ, ସାହେବ୍ ସରପଞ୍ଚ ରାମ ପ୍ରସାଦ ସାହୁ, ସରାପାଳି ସରପଞ୍ଚ ଶିବାନୀ ବାରିକ, ପରୀକ୍ଷିତ ସାହୁ, ଗନ୍ଧର୍ବ ପ୍ରଧାନ, କାର୍ତ୍ତିକ ପ୍ରଧାନ, ଜିତେନ୍ଦ୍ରିୟ ସନ୍ଧ, ନିଳାଦ୍ରି ପ୍ରଧାନ, ଅଖୁଜ ପ୍ରଧାନ, କପିଳେଶ୍ଵର ଧର, କୁଞ୍ଜ ବିହାରୀ ରାଉଳ, ତ୍ରିନାଥ ସାହୁ, ତ୍ରିବେଣୀ ରାଉଳ, ଅଞ୍ଜଲି ଦୀପ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

nis-ad
Leave A Reply

Your email address will not be published.