ବିପଦର ବନ୍ଧୁ ଓଡ଼ିଶା ସଂଗଠନ ତରଫରୁ ରାଜ୍ୟ ସ୍ତରୀୟ ସେବା ସମର୍ଦ୍ଧନା ଉତ୍ସବ ଓ ପଞ୍ଚମ ସ୍ଵନକ୍ଷତ୍ର ଦିବସ ମହା ଆଡମ୍ବରରେ ପାଳିତ…

ସୂର୍ଯ୍ୟପ୍ରଭା ସାମ୍ବାଦିକ କୁନା ମିଶ୍ରଙ୍କୁ କରାଗଲା ସମର୍ଦ୍ଧିତ…

ବ୍ରହ୍ମପୁର : ବିପଦର ବନ୍ଧୁ ଓଡ଼ିଶା ସଂଗଠନ ତରଫରୁ ପଞ୍ଚମ ସ୍ଵନକ୍ଷତ୍ର ଦିବସ ଅବସରରେ ବ୍ରହ୍ମପୁର ସ୍ଥିତ ସଂସ୍କୃତି ଭବନ ଠାରେ ଏକ ରାଜ୍ୟ ସ୍ତରୀୟ ସେବା ସମର୍ଦ୍ଧନା କାର୍ଯ୍ୟକ୍ରମ ର ଆୟୋଜନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଓଡିଶାର କୋଣ ଅନୁକୋଣ ରୁ 80 ଟି ସ୍ବେଚ୍ଛାସେବୀ ସଂଗଠନ ଯୋଗଦାନ କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନେ ଦ୍ବୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ।ପ୍ରଥମେ MMD ଗ୍ରୁପର କୁନିକୁନି କଳାକାର ଙ୍କ ନୃତ୍ୟ ପରିବେଷଣ ଓ ସ୍ୱାଗତ ସଙ୍ଗୀତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ରାଜେନ୍ଦ୍ର ମିଞ୍ଜ (ଓଏସ ରେଜିଷ୍ଟାର, ଏମକେସିଜି ବ୍ରହ୍ମପୁର) , ମୁଖ୍ୟବକ୍ତା ରୂପେ ଶ୍ରୀ ରମାରମଣ ପାଢ଼ୀ(ଅବସର ପ୍ରାପ୍ତ ଅଧକ୍ଷ),ସ୍ୱତନ୍ତ୍ର ଅତିଥି ରୂପେ ଶବର ସାଥି ଅଭିମନ୍ୟୁ ଦାସ ,ସମ୍ମାନିତ ଅତିଥି ରୂପେ ଅନୁପମ ବାନାର୍ଜୀ ଓ ସୁଳପାଣି ଶତପଥୀ ଏବଂ ବିପଦର ବନ୍ଧୁ ଅନୁଷ୍ଠାନ ର ପ୍ରତିଷ୍ଠାତା ଶ୍ରୀ ଶିବରାମ ପାତ୍ର ଓ ସଭାପତି ରବିନ କୁମାର ସାହୁ ମଞ୍ଚାସିନ ହୋଇଥିଲେ ।ପଞ୍ଚମ ସ୍ଵନକ୍ଷତ୍ର ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ସମାଜରେ ଉତ୍କୃଷ୍ଟ ସେବା ଯୋଗାଉଥିବା 80 ଟି ସ୍ବେଚ୍ଛାସେବୀ ସଂଗଠନ କୁ ସମର୍ଦ୍ଧନା କରାଯାଇଥିଲା ଏବଂ ନିଷ୍ଠାପର ଓ ସ୍ୱଚ୍ଛ କିଛି ନିର୍ଭୀକ ସାମ୍ବାଦିକ ମାନଙ୍କୁ ମଧ୍ୟ ସମର୍ଦ୍ଧନା କରାଯାଇଛି ଏହି ପରି ପେକ୍ଷୀରେ ସୂର୍ଯ୍ୟପ୍ରଭା ର ବ୍ରହ୍ମପୁର ପ୍ରତିନିଧି ଓ ନିଃସର୍ତ୍ତ ମାସିକ ଖବରକାଗଜ ସାମ୍ବାଦିକ କୁନା ମିଶ୍ର ଙ୍କୁ ସମ୍ଭର୍ଦ୍ଧିତ କରାଯାଇଛି ।ପାଞ୍ଚ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ସମାଜରେ ବିପଦର ବନ୍ଧୁ ରୂପେ କାର୍ଯ୍ୟ କରି ଅହରହ ଦୁଃଖୀ ଓ ପତିତ ଜନ ଙ୍କୁ ନିଃସ୍ୱାର୍ଥପର ସେବା ଯୋଗାଇ ଆସୁଥିବା ବିପଦର ବନ୍ଧୁ ସଂଗଠନ କୁ ଅତିଥି ମାନେ ଭୁରି ଭୁରି ପ୍ରଶଂସା କରିଥିଲେ ।ଅନୁଷ୍ଠାନ ର ଏହି ପ୍ରୟାସ ଦ୍ୱାରା ସଭିଙ୍କ ଭିତରେ ଏକ ନୂତନ ପ୍ରେରଣା ଜାଗ୍ରତ ହେବ ବୋଲି ମୁଖ୍ୟବକ୍ତା ନିଜ ଅଭିମତ ରଖିଥିଲେ ।ସମସ୍ତେ ଉତ୍ତମ ସେବା ଯୋଗାଇବା ସହ ବିପଦର ବନ୍ଧୁ ଭଳି କାର୍ଯ୍ୟ କରନ୍ତୁ ବୋଲି ମୁଖ୍ୟ ଅତିଥି ଶ୍ରୀ ମିଞ୍ଜ ସାର ନିଜ ଅଭିଭାଷଣ ରେ କହିଥିଲେ । ଶେଷରେ ମନୁଷ୍ୟ ପରି ପଶୁ ମାନଙ୍କ ସେବା କରୁଥିବା ପଶୁପ୍ରେମୀ କୁନା ମିଶ୍ର ସମାନିତ କରାଯାଇଥିଲା ପ୍ରତିଷ୍ଠାତା ଶିବରାମ ପାତ୍ର ସୁନ୍ଦର ପରିକଳ୍ପନା ସ୍ୱରୂପ ସଂଗଠନ ର କାର୍ଯ୍ୟ ସୁଦୂର ପ୍ରସାରୀ ହୋଇ ଓଡ଼ିଶାର ର ପ୍ରତ୍ୟେକ ଜାଗାରେ ସ୍ବେଚ୍ଛାସେବୀ ମାନେ ସେବା ଯୋଗାଇ ପାରୁଛନ୍ତି ।ସଭାପତି ରବିନ ସାହୁ ଓ ସଂଗଠନର ସମସ୍ତ ସ୍ବେଚ୍ଛାସେବୀ ଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସଭିଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ର ସଫଳ ରୂପାୟନ ହୋଇ ପାରିଥିଲା ।

nis-ad
Leave A Reply

Your email address will not be published.