ପିପୁଲ୍ସ କଲେଜରେ ଆଗାମୀ ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ଆଲୋଚନାଚକ୍ର

ବୁଗୁଡ଼ା (୨୪/୦୯) : ସ୍ଥାନୀୟ ପିପୁଲ୍ସ କଲେଜ ପକ୍ଷରୁ ଆଗାମୀ ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ଆଜି କଲେଜ ପରିସରରେ ସଫେଇ କାର୍ଯ୍ୟକ୍ରମ ସହ ଏକ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କଲେଜ ଅଧ୍ଯକ୍ଷ ରଜନୀ କାନ୍ତ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ କଲେଜ ପରିଚାଳନା କମିଟି ସଭାପତି ରଜନୀ କାନ୍ତ ଭଟ୍ଟ, ମୁଖ୍ୟ ବକ୍ତା ଭାବେ ଅଧ୍ଯାପକ ଅନ୍ତର୍ଯ୍ୟାମୀ ପରିଡା , ସମ୍ମାନିତ ଅତିଥି ଭାବେ ଯୁବ କ୍ରୀଡ଼ାବିତ୍ ଏମ୍. ଶ୍ରୀନିବାସ ଦୋରା ଯୋଗ ଦେଇଥିଲେ । ଏ ଅବସରରେ ଶୀର୍ଷକ ” ସାମ୍ପ୍ରତିକ ସ୍ଥିତିରେ ଗାନ୍ଧୀ ଦର୍ଶନର ପ୍ରାସଙ୍ଗିକତା” ଉପରେ ଆଲୋଚନା କରାଯାଇଥିଲା ବେଳେ +୩ ଦ୍ଵିତୀୟ ବର୍ଷ ରାଜନୀତି ବିଜ୍ଞାନର ଛାତ୍ରୀ ପୂଜାରାଣୀ ଦାସ ଆଲୋଚ୍ଯ ଶୀର୍ଷକ ସମ୍ପର୍କିତ ଏକ ସନ୍ଦର୍ଭ ପାଠ କରିଥିଲେ । ଉକ୍ତ ଆଲୋଚନାଚକ୍ର କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଧ୍ଯାପକ ଅକ୍ଷୟ କୁମାର ସାହୁ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ବେଳେ ପରିଶେଷରେ କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଆଗାମୀ ଦିନରେ ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ ,ବକ୍ତୃତା ,କୁଇଜ୍, ସଙ୍ଗୀତ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ସାଙ୍ଗକୁ ମାରାଥନ୍ ଦୋଡ ଓ ଶୋଭାଯାତ୍ରା ଆଦି ଆୟୋଜିତ ହେବା ନେଇ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରକାଶ ପାଇଛି ।

nis-ad
Leave A Reply

Your email address will not be published.