ସାର୍ଟିଫିକେଟ ନେବା ପାଇଁ ଆସି ଦୁଷ୍କର୍ମର ଶିକାର ହେଲେ ଛାତ୍ରୀ…

ଶିକ୍ଷକ ହୋଇ ସାଜିଲା ଭକ୍ଷକ…!

ଚିକିଟି – ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ପେଣ୍ଠ ରେ କମ୍ପ୍ୟୁଟର ଶିକ୍ଷକ ପ୍ରେମ ନିବେଦନ କରି ଅଡ଼ୁଆ ରେ ପଡିଛନ୍ତି। ସାର୍ଟିଫିକେଟ ଦେବା ବାହାନାରେ ସାଙ୍ଗକୁ ନଡାକି ନିଜେ ଏକା ଆସିବା ପାଇଁ କହି ଦୁଷ୍କର୍ମ କରିଥିବା ଥାନା ରେ ଅଭିଯୋଗ କରିଛନ୍ତି ଛାତ୍ରୀ ଜଣକ।ଶିକ୍ଷକ ଜଣକ ନିଜେ ଉଲଗ୍ନ ହୋଇ ଜବରଦସ୍ତ ଉଲଗ୍ନ ହେବାକୁ କହି ଦୁଷ୍କର୍ମ କରି କାହାକୁ କହିଲେ ମାରି ଦେବା ଧମକ ଦିଆଯାଇଥିବା କେ. ନୂଆଗାଁ ଥାନା ରେ ଅଭିଯୋଗ ହୋଇଛି। ସ୍ଥାନୀୟ ଅଞ୍ଚଳର ଜଣେ ଛାତ୍ରୀଙ୍କୁ ଦିନ 11 ଟାରେ ଏହି ଭଳି ନିନ୍ଦନୀୟ କାଣ୍ଡ କରି ଶିକ୍ଷକ ଶବ୍ଦ କୁ କଳଙ୍କିତ କରିଛନ୍ତି ଅଭିଯୁକ୍ତ l ଚିକିଟି ମେନ ରୋଡ ନେଟ କିଙ୍ଗ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ର ରସିକିଆ ମାଷ୍ଟର ରବୀନ୍ଦ୍ର କୁମାର ପଣ୍ଡା। ଛାତ୍ରୀ ଜଣକ ଜୀବନ ଭୟ ରେ ବାପା ଙ୍କ ସହାୟତା ରେ ଥାନା ରେ ପହଞ୍ଚି ସୁରକ୍ଷା ଲୋଡିଛନ୍ତି। ଏ ଘଟଣା ରେ ଅଭିଯୁକ୍ତ କୁ ଅଟକ ରଖି ପଚରଉଚରା ଜାରି ରଖିଛି ପୋଲିସ୍। ସେକେଣ୍ଡ ଅଫିସର ସୁଜାତା କହିଁର ଘଟଣା ର ଯାଞ୍ଚ କରିବା ସହିତ 253 କେସ ନମ୍ବର ରେ ମାମଲା ରୁଜୁ କରିଛନ୍ତି। ଆସନ୍ତା କାଲି ପୀଡ଼ିତା ର ଡାକ୍ତରୀ ମାଇନା ସହ 164 ବୟାନ ରେକର୍ଡ କରାଯିବ ବୋଲି ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ କହିଥିବା ବେଳେ ଅଞ୍ଚଳ ବାସୀ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

nis-ad
Leave A Reply

Your email address will not be published.