ହିଞ୍ଜିଳିକାଟୁରେ ଅହିଂସାରଥକୁ ବିପୁଳ ସମ୍ବର୍ଦ୍ଧନା

ହିଞ୍ଜିଳିକାଟୁ ୨୪।୯: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ଅମୃତ ମହୋତ୍ସବ ପାଳନ ଚାଲିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସ୍ଵାଧୀନତା ଦିବସରେ ଅହିଂସା ରଥର ଶୁଭାରମ୍ଭ କରାଯାଇଥିଲା । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏହି ରଥ ପରିକ୍ରମା କରି ଅହିଂସା ବାର୍ତ୍ତା ପ୍ରଦାନ କରିବା ସହିତ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ଚାରଣ କରୁଥିବା ବେଳେ ଶୁକ୍ରବାର ହିଞ୍ଜିଳିକାଟୁରେ ଅହିଂସା ରଥ ପହଞ୍ଚିଛି । ଏହାପରେ ଏହାକୁ ଶୁକ୍ରଵାର ସଂନ୍ଧ୍ୟାରେ ହିଞ୍ଜିଳି କାଟୁ ପୌରପାଳିକା ଓ ଵ୍ଳକ ପ୍ରଶାସନ ପକ୍ଷରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ହିଞ୍ଜିଳିକାଟୁ ଡାକବଙ୍ଗଳା ଠାରେ ରାତ୍ରୀଜାପନ ହୋଇଥିଲା ।
ଶନିବାର ୯ ଘଣ୍ଟ ସମୟରେ ବିପୁଳ ସମ୍ବର୍ଦ୍ଧନା ପଟ୍ଟୁଆର ସହ ଏହି ଅହିଂସା ରଥ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରୁ ବାହାରି ମାଣିକ ନଗର ଛକ, ରାଜାସାହି ଛକ, ଵିଜୁପଟ୍ଟନାୟକ ଛକ, ନୁତନ ବସଟର୍ମୀନାଲ ,କଲେଜ ଛକ ଓ ଆର ଏମସି ଛକ ଦେଇ ମିନି ଷ୍ଟାଡିୟମ ପରିସରରେ ପହଚିଂ ଅହିଂସା ରଥକୁ ଏକ ଭବ୍ୟ ପରିବେଶରେ ଵିଭିନ୍ନ ସ୍ଲୋଗାନ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ହିଞ୍ଜିଳିକାଟୁ ପରିକ୍ରମା ଆରମ୍ଭ କରିବା ସହିତ ଦେଶପ୍ରେମ ଏବଂ ଅହିଂସାର ବାର୍ତ୍ତା ବାଣ୍ଟୁଛି ଏହିରଥ। ବିଭିନ୍ନ ବର୍ଗର ଲୋକେ ଅହିଂସା ରଥକୁ ଭବ୍ୟ ସ୍ଵାଗତ ଜଣାଇ ଶୋଭାଯାତ୍ରାରେ ସାମିଲ ହେଉଛନ୍ତି । ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ ମାନେ ଙ୍କ ଚମତ୍କାରିତା ଡ୍ରମ ର ତାଳେ ତାଳେ ଦର୍ଶକ ମନ୍ତ୍ରମୁଗ୍ଧ ହୋଇଥିଲାବେଳେ ହିଞ୍ଜିଳିକାଟୁ ପୌରପରିଷଦ ଓ ବ୍ଲକ ର ମିଶନ ଶକ୍ତି ର ବହୁ ମହିଳା ସ୍ବାଗତ ଜଣାଇ ପଦଯାତ୍ରା ରେ ସାମିଲ ହୋଇଥିଲେ। ହିଞ୍ଜିଳିକାଟୁ ପୌରପରିଷଦ ଓ ବ୍ଲକ ର ସମସ୍ତ ନିର୍ଵାଚିତ ପ୍ରତିନିଧି ଓ ଆଗ ଧାଡିର ନେତା ସାମିଲ ହୋଇଥିଲେ। ହିଞ୍ଜିଳିକାଟୁ ପୌରପରିଷଦ ଓ ବ୍ଲକ ର ବିଭିନ୍ନ ଵିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ୨୦୦ ମିଟର ଲମ୍ବ ତ୍ରିରଙ୍ଗା ପତାକା ଧରିଥିବା ଵେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଏହି ଅବସରରେ ହିଞ୍ଜିଳିକାଟୁ ଏକ ପ୍ରକାର ଜନ ସମୁଦ୍ର ପାଲଟି ଯାଇଥିଲା। ଜନସାଧାରଣଙ୍କ ମଧ୍ୟରେ ଅହିଂସା ରଥକୁ ସ୍ଵାଗତ ନେଇ ଆଗ୍ରହ ପ୍ରକାଶ ପାଇଥିଲା। ହିଞ୍ଜିଳିକାଟୁ ପୌରପରିଷଦ ମିନି ଷ୍ଟାଡିୟମ ପରିସରରେ ଏକ ସ୍ୱାଗତ ସଭା ଅନୁଷ୍ଠିତ ହୋଇଥିଲା। ହିଞ୍ଜିଳିକାଟୁ ପ୍ରେସକ୍ଳଵ ସଭାପତି ଦ୍ୱୀତୀକୃଷ୍ଣ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ନାନୀୟ ଅତିଥି ଭାବେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଇ, ହିଞ୍ଜିଳିକାଟୁ ବ୍ଲକ ଅଧ୍ୟକ୍ଷୀ ସରସ୍ୱତୀ ସେଠୀ, ଜିଲ୍ଲା କ୍ଷୁଦ୍ର ସଂଚୟ ବିଭାଗ ଅଧିକାରୀ ହରି ଚରଣ ମିଶ୍ର, ସୂଚନା ଓ ଲୋକସମ୍ପର୍କ ବିଭାଗର ଗୌରୀଶଙ୍କର ସତପଥୀ, ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ଜିତେନ କୁମାର ପରିଡ଼ା, ଲୋକ ସମ୍ପର୍କ ଵିଭାଗ ର ରବି ନାରାୟଣ ରାଉତରାୟ ଅଧିକାରୀ । ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା, ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ, ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଓ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ଯୋଗଦେଇ ପ୍ରଦ୍ଵିପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଅତିଥି ମାନଙ୍କ ଦ୍ୱାରା ହିଞ୍ଜିଳିକାଟୁ ପୌରପରିଷଦ ଓ ବ୍ଲକ ଅନ୍ତର୍ଗତ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ଦୟାଦ ମାନଙ୍କୂ ଉପଢୌକନ ଓ ପୁଷ୍ପଗୁଛ ସହ ଗାନ୍ଧୀଜୀଙ୍କ ଫଟୋଚିତ୍ର ଦେଇ ସମ୍ବର୍ଦ୍ଧିତକରାଯାଇଥିଲା ।ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ହିଞ୍ଜିଳିକାଟୁ ଲକ୍ଷ୍ମୀନୃସୀଂହ କଳାମନ୍ଦିର ଦ୍ୟାରା ପରିବେଶିତ କୁନି କଳାକାରଙ୍କ ଦ୍ବାରା ନିଖୁଣ ଅଭିନୟ ସମସ୍ତ ଙ୍କ ମନମୁଗ୍ଧକର ଦୃଶ୍ୟ ହୋଈଥିଲା।


କଳାକାରମାନଙ୍କ ଚିତ୍ତାକର୍ଷକ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ଵାରା ଜାତୀୟ ପତାକା ଧରି ଅହିଂସା ରଥକୁ ସ୍ବାଗତ କରିବାର ଦୃଶ୍ୟ ବେଶ୍ ମନ ମୁଗ୍ଧକର ହୋଇଥିଲା । ନୃତ୍ୟ , ସଙ୍ଗୀତର ତାଳେ ତାଳେ ଏହି ରଥ ବିରାଟ ଶୋଭାଯାତ୍ରାରେ ଯାଉଥିବା ସମୟରେ ଅଞ୍ଚଳ ବାସୀ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । କାର୍ଯ୍ୟକ୍ରମ ପାଇଁ ହିଞ୍ଜିଳିକାଟୁ ପୌରପରିଷଦ ଓ ବ୍ଲକ ର ସମସ୍ତ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କ ସ ସମସ୍ତ ଜନସାଧାରଣ ସହଯୋଗ କରିଥିଲେ ଓ ଅଞ୍ଚଳ ତ୍ରିରଙ୍ଗାମୟ ହୋଇଥିଲା।କାର୍ଯ୍ୟକ୍ରମରରେ ହିଞ୍ଜିଳି ଵ୍ଳକ ଵିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ, ହିଞ୍ଜିଳିକାଟୁବ୍ଳକ ବିଜେଡି ଯୁବ ସଭାପତି ମନୋଜ କୁମାର ସାବତ, ସମାଜ ସେବୀ ତଥା ଦକ୍ଷିଣ ଓଡ଼ିଶା ବଢେଇ କୁଳ ସଭାପତି ଅଜୟ କୂମାର ମହାରଣା, ହିଞ୍ଜିଳିକାଟୁ ପୌରପରିଷଦ ଵିଜେଡି ସଭାପତି ଭୀମସେନ ଵେହେରା, ହିଞ୍ଜିଳିକାଟୁ ପୌରପରିଷଦ ଵିଜେଡି ଯୁବ ସଭାପତି ସଂଜୟ କୁମାର ପଣ୍ଡା, ହିଞ୍ଜିଳିକାଟୁ ପୌରପରିଷଦ ର ଆସିକା ସଂସଦ ଙ୍କ ପ୍ରତିନିଧି ନିଳମଣୀ ପଟ୍ଟନାୟକ, ପୁର୍ଵତନ ଅଧ୍ୟକ୍ଷ ଶିବରାମ ଗୌଡ, ପୂର୍ଵତନ ଉପାଧ୍ୟକ୍ଷ ହୃଦ଼ୟାନନ୍ଦ ମହାପାତ୍ର, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ଵିଜେଡି ସାଧାରଣ ସମ୍ପାଦକ ପ୍ୟାରୀମୋହନ ପାଢି, ହିଞ୍ଜିଳିକାଟୁ ପୌରପରିଷଦ ଵିଜେଡି ନେତା କିରଣ କୁମାର ପଟ୍ଟନାୟକ, ହିଞ୍ଜିଳିକାଟୁ ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ଏଳା ସୁଦର୍ଶନ, ବାଇ ଗୀତାଞ୍ଜଳି, ପ୍ରତି ସାହୂ, ଡି ବିଶ୍ୱନାଥ, କିଶୋର ଚନ୍ଦ୍ର ଚୌଧୁରୀ, ସୁନାରାମ ସାଵତ, ଏନ ରଘୁନାଥ ,ସନ୍ତୋଷ କୁମାର ପାଣିଗ୍ରାହୀ ଙ୍କ ସମେତ ହିଞ୍ଜିଳିକାଟୁ ପୌରପରିଷଦ ର ସମସ୍ତ ସଭ୍ୟ ଓ ସଭ୍ୟା, ହିଞ୍ଜିଳିକାଟୁ ବ୍ଲକ ର ସମସ୍ତ ସରପଚଂ ଓ ସମିତି ମେମ୍ବର ଙ୍କ ସହ ବହୃ ପଦାଧିକାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.