ଦ୍ବିତୀୟ ଦିନରେ ଗଞ୍ଜାମ ଜିଲ୍ଲାରେ ଅହିଂସା ରଥ ପରିଭ୍ରମଣ : ଲୋକଙ୍କ ଭିତରେ ଅଦ୍ଭୁତପୂର୍ବ ଉତ୍ସାହ

ଛତ୍ରପୁର ତା.୨୪.୦୯.୨୦୨୨ ଦ୍ବିତୀୟ ଦିବସରେ ଗୋଟିଏ ଅହିଂସା ରଥ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ, ଆସ୍କା, ଧରାକୋଟ ଅଭିମୁଖେ ଯାତ୍ରା କରିଛି ଏବଂ ଅନ୍ୟ ରଥଟି ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ମଣ୍ଡଳ କାରାଗାର ଠାରେ ପୂର୍ବାହ୍ନରେ ପହଞ୍ଚି ଥିଲା । ସେଠାରେ ବ୍ରହ୍ମପୁର ମାନ୍ୟବର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ମାନ୍ୟବର ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ମାନ୍ୟବର ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଡେପୁଟି ମେୟର ଭି. ବିବେକ ରେଡ୍ଡୀ, ଡେପୁଟି କମିଶନର ନୀଳ ମାଧବ ଭୋଇ, ସ୍ବୟଂ ସହାୟିକା ଗୋଷ୍ଠୀ, ସମସ୍ତ ବିଦ୍ୟାଳୟ ଓ ମହା ବିଦ୍ୟାଳୟର ଛାତ୍ରଛାତ୍ରୀ ଗଣ ମହା ଆଡମ୍ବର ସହକାରେ ଅହିଂସା ରଥ କୁ ସ୍ବାଗତ କରିଥିଲେ । ମଣ୍ଡଳ କାରାଗାର ପରିସରରେ ଥିବା ଶହୀଦ୍ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ଅତିଥିଗଣ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ବ୍ରହ୍ମପୁର ଶିଳ୍ପ ତାଲିମ କେନ୍ଦ୍ର ଠାରେ ବିପୁଳ ଜନ ସମାଗମ ସହ ରଥଟିକୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେଠାରେ ଏକ ସାଧାରଣ ସଭା ଆୟୋଜନ କରି ମାନ୍ୟବର ସାଂସଦ ଶ୍ରୀ ସାହୁ ଦେଶର ପ୍ରଗତିରେ ଅହିଂସା ହେଉଛି ମୂଳମନ୍ତ୍ର ବୋଲି କହିବା ସହ ଅହିଂସା ନୀତି ବିଷୟରେ ଜନ ସାଧାରଣଙ୍କୁ ଅବଗତ କରାଇଥିଲେ । ଶାଶ୍ବତୀ କଳା ଅନୁଷ୍ଠାନ ତରଫରୁ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା । ପରେପରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଉତ୍ସାହର ସହ ଜାତୀୟ ପତାକା ସହିତ ଅହିଂସା ରଥକୁ ସ୍ବାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ରହମପୁର ମେୟର ସଂଘମିତ୍ରା ଦଳେଇ ଓ ଅନ୍ୟାନ୍ୟ କର୍ପୋରେଟର ମାନେ ଉପସ୍ଥିତ ଥିଲେ । ଖଲ୍ଲିକୋଟ କଲେଜ ଖେଳପଡିଆ ଠାରେ ଏଲ୍.ଇ.ଡି. ଭ୍ୟାନ୍ ରେ ଶହୀଦ୍ ଲକ୍ଷ୍ମଣ ନାଯକଙ୍କ ଜୀବନୀ ଉପରେ ଏକ ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା । ମଧୁ ଭବନ ଓ ବାରାକ୍ସ ଠାରେ ରଥକୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଗାନ୍ଧିନଗର ଛକ ଠାରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମେୟର ଶ୍ରୀମତୀ ଦଳେଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ପରେ ଆସ୍କା ରୋଡ୍, ରାମ ଲିଙ୍ଗମ୍ ଟ୍ୟାଙ୍କ ଠାରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ଟାଉନ୍ ହଲ୍ ଠାରେ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଗାନ୍ଧୀଙ୍କ ଜୀବନୀ ସମ୍ପର୍କିତ ଫଟୋଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ପ୍ରଦର୍ଶନୀକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହଯୋଗ କରିଥିଲା । ଫଟୋଚିତ୍ର ପ୍ରଦର୍ଶନୀକୁ ମାନ୍ୟବର ସାଂସଦ ଚନ୍ଦ୍ର ଶେଖର ସାହୁ, ମାନ୍ୟବର ବିଧାୟକ ବିକ୍ରମ କୁମାର ପଣ୍ଡା, ମାନ୍ୟବର ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ମାନ୍ୟବର ମେୟର ସଂଘମିତ୍ରା ଦଳେଇ, ମାନ୍ୟବର ଡେପୁଟି ମେୟର ଇ. ବିବେକ ରେଡ୍ଡୀ ଉଦ୍ଘାଟନ କରିଥିଲେ । ଶେଷରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା । ବସ୍ତ୍ର ଓ ହସ୍ତତନ୍ତ ବିଭାଗ ତରଫରୁ ୨୦ ଜଣ ହିତାଧିକାରୀଙ୍କୁ ଚରଖା ବଣ୍ଟନ କରାଯାଇଥିଲା । ଏଥିରେ ମାନ୍ୟବର ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ମାନ୍ୟବର ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ମାନ୍ୟବର ମେୟର ସଂଘମିତ୍ରା ଦଳେଇ, ମହାନଗର ନିଗମ କମିଶନର ଜେ. ସୋନାଲ୍, ଓ ଅନ୍ୟାନ୍ୟ ଜନ ପ୍ରତିନିଧି ଓ ଅଧିକାରୀ ମାନେ ଯୋଗ ଦେଇଥିଲେ । ଅନ୍ୟ ଅହିଂସା ରଥ ହିଞ୍ଜିଳି ଠାରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ହିଞ୍ଜିଳି ଷ୍ଟାଡିୟମ୍ ଠାରେ ଏକ ସାଧାରଣ ସଭାରେ ସ୍ବାଧୀନତା ସଂଗ୍ରାମୀଙ୍କ ଉତ୍ତର ଦାୟାଦଙ୍କୁ ସମ୍ମାନୀତ କରାଯାଇଥିଲା । ପରେପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଜାତୀୟ ପତାକା ଧରି ସହର ପରିକ୍ରମା କରି ଷ୍ଟାଡିୟମ୍ ଠାରେ ପହଞ୍ଚିଥିଲେ । ଭିଡିଓ ଭ୍ୟାନ ଦ୍ବାରା ଅହିଂସା ଉପରେ ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶନୀ କରାଯାଇ ଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର,ବ୍ଲକ୍ ଅଧ୍ୟକ୍ଷା ସରସ୍ବତୀ ସେଠୀ, ମ୍ୟୁନିସିପାଲିଟି ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପଲେଇ, ବ୍ଲକ୍ ଉପାଧ୍ୟକ୍ଷ ସୁନୀଲ କୁମାର ଗନ୍ତାୟତ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡା, କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋରଞ୍ଜନ ସାହୁ, ଭାରପ୍ରାପ୍ତ ଥାନା ଅଧିକାରୀ ଅଭିମନ୍ଯୁ ଦାଶ, ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ, ବିଦ୍ୟାଳୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଗଣ ଅହିଂସା ରଥକୁ ବିପୁଳ ଉତ୍ସାହର ସହ ସ୍ବାଗତ କରିଥିଲେ । ଆସ୍କା ଠାରେ ଅହିଂସା ରଥକୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଠାରେ ମାନ୍ୟବର ଆସ୍କା ସାଂସଦ ପ୍ରମିଳା ବିଷୋୟୀ, ମାନ୍ୟବର ବିଧାୟିକା ମଞ୍ଜୁଳା ସ୍ବାଇଁ, ବ୍ଲକ୍ ଅଧ୍ୟକ୍ଷା ତ୍ରିବେଣୀ ନାହାକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ବିନେତା ସ୍ବଇଁ, ଏସ୍.ଡି.ପି.ଓ ଉମା ଶଙ୍କର ସିଂ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫକୀର ଚନ୍ଦ୍ର ପରିଡା, ତହସିଲଦାର ସଞ୍ଜୟ ସାମନ୍ତରାୟ, ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା, ବିଦ୍ୟାଳୟ ମହା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ଭକ୍ତିପୂତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଛକ ଠାରେ ଥିବା ବିଜୁ ପଟନାୟକଙ୍କ ପ୍ରତିମୂର୍ତ୍ତିରେ ମାନ୍ୟବର ସାଂସଦ ଓ ବିଧାୟିକା ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଉଭୟ ରଥ ପରିଭ୍ରମଣ ସମୟରେ ଜନ ସାଧାରଣଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ, ଉଦ୍ଦୀପନା ଦେଖାଦେବା ସହ ହଜାର ହଜାର ଜନତା ଶୋଭା ଯାତ୍ରାରେ ସାମିଲ ହୋଇ ସତ୍ୟ, ଶାନ୍ତି ଓ ନ୍ୟାୟର ମାର୍ଗ ଅହିଂସା ଧର୍ମ ପ୍ରତି ସମ୍ମାନ ପ୍ରଦର୍ଶନ କରିଛନ୍ତି । ଅହିଂସା ମାର୍ଗ ଦ୍ବାରା ଭ୍ରାତୃଭାବ ଏବଂ ପାରସ୍ପରିକ ସଦ୍ଭାବ ଜାଗ୍ରତ ହୋଇ ସମାଜ କଲ୍ୟାଣ ସାଧିତ ହୁଏ । ଅହିଂସା ଅସ୍ତ୍ର ହିଁ ହିଂସାକୁ ପରାହତ କରିଥାଏ । ସତ୍ୟ ଓ ଅହିଂସାର ପୂଜାରୀ ଗାନ୍ଧିଜୀ ଏବଂ ଆମ ପୂର୍ବ ସୂରୀ ମାନଙ୍କ ତ୍ୟାଗ ଓ ବଳୀଦାନ ସମ୍ପର୍କରେ ରାଜ୍ୟ ସରକାରଙ୍କ ଅଦ୍ବିତୀୟ କାର୍ଯ୍ୟକ୍ରମ ଅହିଂସା ରଥ ପରିକଳ୍ପନା ।

nis-ad
Leave A Reply

Your email address will not be published.