ଭୁଲ୍‌ ମାନିଲା ଛତିଶଗଡ଼, କହିଲା- ଭବିଷ୍ୟତରେ ଆଉ ଏପରି ହେବନି

ମାଲକାନଗିରି: ‘ଓଡ଼ିଶା ସୀମାରେ ପଶିବା ଆମର ଭୁଲ୍‌ ହୋଇଗଲା। ଏଥିପାଇଁ ଆମେ ଦୁଃଖିତ । ଭବିଷ୍ୟତରେ ଆଉ ଏପରି ଭୁଲ୍‌କୁ ଦୋହରାଇବୁ ନାହିଁ ।’ ଗତକାଲି ଓଡ଼ିଶା ଓ ଛତିଶଗଡ଼ ଜିଲ୍ଲା ପ୍ରଶାସନ ମଧ୍ୟରେ ହୋଇଥିବା ଆଲୋଚନା ସମୟରେ ଏପରି ନିଜ ଭୁଲ୍‌କୁ ସ୍ୱୀକାର କରିଛନ୍ତି ଛତିଶଗଡ଼ ସରକାର । ହେଲେ ପ୍ରଥମେ ଶହ ଶହ ମୂଲ୍ୟବାନ ଗଛ କାଟି ପଦା କରିବା ପରେ ଭୁଲ୍‌ ସ୍ୱୀକାର କରିବାର ତାତ୍ପର୍ଯ୍ୟ କ’ଣ, ଏହାର ଭରଣା କିପରି ହେବ ସେ ନେଇ କିଛି ସ୍ପଷ୍ଟ ହୋଇନି।

ସୂଚନାଯୋଗ୍ୟ, ପ୍ରାୟ ୧୦ ଦିନ ପୂର୍ବେ ଚିନ୍ତାଳନାଡ଼ ଗ୍ରାମର ବହୁ ଲୋକ ମାଥିଲି ବ୍ଲକର ଟେମେରୁପଲ୍ଲୀରେ ପ୍ରବେଶ କରିଥିଲେ। ଏହାପରେ ଉକ୍ତ ଅଞ୍ଚଳକୁ ନିଜର କହି ସେମାନେ ପ୍ରାୟ ୩ କିମିରୁ ଊର୍ଦ୍ଧ୍ୱ ଅଞ୍ଚଳ ପର୍ଯ୍ୟନ୍ତ ଶହ ଶହ ମୂଲ୍ୟବାନ କାଟି ସଫା କରିଦେଇଥିଲେ। ଏପରିକି ସ୍ଥାନୀୟ ଲୋକଙ୍କ ବାରଣକୁ ବି ଖାତିର କରି ନ ଥିଲେ। । ଜଙ୍ଗଲ କାଟି ଜମି ପ୍ରସ୍ତୁତ କରି ଏଠାରେ ଜନବସତି କରିବାକୁ ସେମାନେ ଏପରି ଯୋଜନା କରୁଥିବା ଜଣାପଡ଼ିଛି।

ଖବର ପାଇ ମାଥିଲି ତହସିଲଦାର ଓ ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏହାପରେ ଏନଇ ପ୍ରଶାସନିକ ସ୍ତରରେ ଆଲୋଚନା କରାଯାଇ ଘଟଣାର ସମାଧାନ କରାଯିବ ବୋଲି ସ୍ଥିର କରାଗଲା।

nis-ad
Leave A Reply

Your email address will not be published.