ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ୍ କମିଟିର କର୍ମୀ ସମ୍ମିଳନୀ ତଥା ସମ୍ବର୍ଦ୍ଧନା ସଭା…

ସୁନ୍ଦରଗଡ଼ ଗସ୍ତରେ ପିସିସି ସଭାପତି ଶରତ ପଟ୍ଟନାୟକ…


ସୁନ୍ଦରଗଡ଼ : ଗତ କାଲି ଠାରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ଅବସରରେ ଜିଲ୍ଲା ରାଜନୀତି ସରଗରମ ହୋଇଛି। ଏହି ପରିପ୍ରେକ୍ଷୀରେ ପିସିସି ସଭାପତି ଆଜି ସୁନ୍ଦରଗଡ଼ ଗସ୍ତ କରିଥିଲେ। ଆଜି ସକାଳେ ରାଜଗାଙ୍ଗପୁର ଠାରେ ଘୋଘର ମନ୍ଦିର ଦର୍ଶନ ପରେ ସୁନ୍ଦରଗଡ଼କୁ ଏକ ବିରାଟ

ଶୋଭାଯାତ୍ରାରେ ସହରକୁ ପ୍ରବେଶ କରିଥିଲେ। ରାଣୀବଗିଚା ବାଇପାସ୍ ଛକ ଠାରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ଯୁବ କଂଗ୍ରେସ୍ ଓ ଛାତ୍ର କଂଗ୍ରେସର କର୍ମକର୍ତ୍ତାଗଣ ତାଙ୍କୁ ପାଛୋଟି ଆଣିଥିଲେ।ଏହା ପରେ ସୁନ୍ଦରଗଡ଼ ସ୍ଥିତ ମାଦ୍ରି କାଲୋ ଭବନ ଠାରେ ଏକ ବିରାଟ କର୍ମୀ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ ଯୋଗ ଦେଇଥିଲେ। ଜିଲ୍ଲା ସଭାପତି ବେଣୁ ମାଧବ ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ତଥା ଜିଲ୍ଲାର ବହୁ ବରିଷ୍ଠ ନେତ୍ରୁବର୍ଗ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ମଞ୍ଚାସୀନ ନେତୃବୃନ୍ଦ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଭୂଲ୍ ନୀତିର ବର୍ଣ୍ଣନା କରିଥିଲେ। ଉଭୟ ସରକାର ଜନବିରୋଧି , ଶ୍ରମିକ, ଦିନମଜୁରିଆ, ଖଟିଖିଆମାନଙ୍କୁ ଅବହେଳା କରୁଥିବାରୁ ସମସ୍ତେ ବିରକ୍ତି ପ୍ରକାଶ କରିଥିଲେ।ରାଜ୍ୟ ସରକାରଙ୍କ ୨୨ ବର୍ଷର ଶାସନ ଓ କେନ୍ଦ୍ର ସରକାରଙ୍କ ୮ ବର୍ଷର ଶାସନ ସମୟରେ ଲୋକ ଗରିବୀ ଓ ବେରୋଜଗାରୀରେ ଅତିଷ୍ଠ ହୋଇ ଯାଇ ଥିବାର ସେମାନେ ମତ ପ୍ରକାଶ କରିଥିଲେ। ବେକାରୀ ସମସ୍ୟା ତଥା ଦରଦାମ ବୃଦ୍ଧି ଯୋଗୁଁ ସାଧାରଣ ଜନତା ଅତିଷ୍ଠ ହୋଇ ଗଲେଣି ବୋଲି ଉପସ୍ଥିତ ନେତାଗଣ ତାଙ୍କର ମନ୍ତବ୍ୟରେ ବଖାଣି ଥିଲେ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ଭଳି ଏବଂ ଏମାନଙ୍କୁ ଆସନ୍ତା ୨୦୨୪ ନିର୍ବାଚନରେ କଂଗ୍ରେସ ଗାଦିଚ୍ୟୁତ କରିବା ପାଇଁ ନିଜର ରୋଡମ୍ୟାପ ତିଆରି କରୁଛି ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ହଜାର ହଜାର ସଂଖ୍ୟାରେ କଂଗ୍ରେସ ସମର୍ଥକ ଆଜିର ସଭାରେ ଅଂଶଗ୍ରହଣ କରିବାକୁ ଆସିଥିବା ଦେଖି ସେ ନିଜର ଖୁସୀ ଜାହିର କରିଥିଲେ ଓ ପ୍ରତ୍ୟେକ ଦଳୀୟ କର୍ମୀ ଦାୟିତ୍ବବାନ ନାଗରିକ ଭାବେ କାର୍ଯ୍ୟ କରି ବିଜେଡି ଓ ବିଜେପିକୁ ଉଚିତ୍ ଶିକ୍ଷା ଦେବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଏହି ଅବସରରେ କଂଗ୍ରେସର ବରିଷ୍ଠ ନେତା,ପୂର୍ବତନ ମନ୍ତ୍ରୀ ତଥା ବାଚସ୍ପତି କିଶୋର ଚନ୍ଦ୍ର ପଟେଲ୍, ରାଜଗାଙ୍ଗପୁର ବିଧାୟକ ଡ଼ାଃ. ରାଜେନ ଏକ୍କା, ପ୍ରଦେଶ ଯୁବ କଂଗ୍ରେସ୍ ସଭାପତି ସ୍ମୃତି ରଞ୍ଜନ ଲେଙ୍କା, ପ୍ରଦେଶ ଯୁବ କଂଗ୍ରେସ୍ ସମ୍ପାଦକ ତଥା ସୁନ୍ଦରଗଡ଼ ପ୍ରଭାରୀ ତ୍ରିଲୋଚନ ପାଣିଗ୍ରାହୀ, ରାଜ୍ୟ ସାଧାରଣ ସମ୍ପାଦକ ରାଜ କିଶୋର ଷଡ଼ଙ୍ଗୀ ତଥା ପୂର୍ବତନ ବିଧାୟକଗଣ ନିଜ ନିଜ ବକ୍ତବ୍ୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନବିରୋଧୀ କାର୍ଯ୍ୟକଳାପ ବିଷୟରେ ବଖାଣି କଂଗ୍ରେସକୁ ଆହୁରି ଶକ୍ତିଶାଳୀ କରି ସେମାନଙ୍କୁ ଶାସନରୁ ହଟାଇବାକୁ ଆହ୍ଵାନ କରିଥିଲେ।


ଆଜିକାର ଏହି କର୍ମୀ ସମ୍ମିଳନୀରେ ଗତ ପୌର ନିର୍ବାଚନ ସମୟରେ କଂଗ୍ରେସ ଦଳ ଛାଡି ବିଜେଡିରେ ସାମିଲ ହୋଇଥିବା ପୂର୍ବତନ ନଗର ସଭାପତି ନରେନ୍ଦ୍ର ସିଂ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ( ସବଡେଗା)ଙ୍କ ଘର ବାହୁଡ଼ା କାର୍ଯ୍ୟକ୍ରମ ରାଜ୍ୟ ସଭାପତିଙ୍କ ଦ୍ଵାରା ଉପଢୌକନ ପ୍ରଦାନ ମାଧ୍ୟମରେ ସମାପୀତ ହୋଇଥିଲା। ବୈଠକ ପରେ ସ୍ଥାନୀୟ ସର୍କିଟ ହାଉସରେ ପିସିସି ସଭାପତି ସାମ୍ବାଦିକମାନଙ୍କ ସହିତ ଏକ ଆଲୋଚନାରେ ଯୋଗ ଦେଇଥିଲେ। ତତ୍ ସହିତ ଜିଲ୍ଲା ଓକିଲ ସଂଘ ସଭାପତି କମଳ ସେନଙ୍କ ନେତୃତ୍ୱରେ ଓକିଲ ମାନଙ୍କ ଏକ ପ୍ରତିନିଧି ମଣ୍ଡଳଙ୍କ ଶୁଭେଚ୍ଛା ଗ୍ରହଣ କରିଥିଲେ। ଏହି ଶୁଭେଚ୍ଛା ପ୍ରଦାନ କାର୍ଯ୍ୟକ୍ରମରେ ବରିଷ୍ଠ ଓକିଲ ନିମାଇଁ ଚରଣ ନାଏକ, ପ୍ରଣବ ସିଂ, ସତ୍ୟଜିତ ନାଏକ, ପ୍ରେମ କୁମାର ନାଏକ, ଯୁଗଳ କିଶୋର ଠାକୁର, ସଞ୍ଜୟ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା କଂଗ୍ରେସର ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ଚିନ୍ମୟ ବେଉରା, ଜନାର୍ଦ୍ଦନ ଦେହୁରୀ, ମୁଖରାମ ନାଏକ ଏବଂ ବରିଷ୍ଠ କଂଗ୍ରେସ୍ ନେତୃବୃନ୍ଦ ଯଥା ପ୍ରଫୁଲ୍ଲ ସୁନ୍ୟାନୀ, ନିର୍ମଳ ନାଏକ, ମୁନୁ ସରାଫ, ରିତେଶ ପଟେଲ୍, ଅମିତା ବିଶ୍ଵାଳ, ଅଜିତ ପ୍ରସାଦ, ନଗର କଂଗ୍ରେସ ସଭାପତି ନେପାଳ ସାହୁ, କାଶୀନାଥ ରାଉତ, ଯୁବ କଂଗ୍ରେସ୍ ସଭାପତି ବିଶ୍ବଜିତ ପଟ୍ଟନାୟକ, ଛାତ୍ର କଂଗ୍ରେସ ସଭାପତି ମହମ୍ମଦ ଫୈଜଲ୍, ସଞ୍ଜୟ ସାହୁ, ସୁବ୍ରତ ପୁରୋହିତ, ପର୍ଶୁରାମ ସରାଫ, ଦେବସ୍ମିତା ସାମଲ, ଶ୍ୟାମ ନନ୍ଦନ ସହାୟ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.