ନଦୀରେ ନିଖୋଜ ଵ୍ୟକ୍ତି ଉଦ୍ଧାର

ଚିତ୍ରକୋଣ୍ଡା (୨୩/୦୯) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଧୂଳିପୁଟ ପଞ୍ଚାୟତ ଧାକୁଡୁପାଲି ଗ୍ରାମର ମାସୁରୁ ଖରା, ବୟସ -୫୦ ଗଲା ମଙ୍ଗଳବାର ଠାରୁ ଗ୍ରାମ ନିକଟସ୍ଥ ଚିକପଣଷl ନଦୀକୁ ମାଛ ମାରିବାକୁ ଯାଇଥିଲା l ହଠାତ ଗୋଡ଼ ଖସି ଯିବାରୁ ନଦୀ ଶ୍ରୋତରେ ପଡି ଭାସି ଯାଇ ନିଖୋଜ ଥିଲା l ପରିବାର ଓ ଗ୍ରାମବାସୀ ବହୁ ଖୋଜାଖୋଜି କରି ପାଇନଥିଲେ ଖବର ପାଇ ଘଟଣା ସ୍ଥଳକୁ ରାଜସ୍ବ ନିରୀକ୍ଷକ, ପାପରମେଟେଲା ପୁଲିସ ଓ ଅଗ୍ନିଶମ ଟିମ ବହୁ ଖୋଜାଖୋଜି ଜାରି ରଖିଥିଲେ ସୁଦ୍ଧା ପାଇ ନଥିଲେ ତେଣୁ କୋରାପୁଟ ଏକ ସ୍ୱତନ୍ତ୍ର ଟିମ ଖୋଜା ଖୋଜି କରି ଆଜି ଚାରି ଦିନରେ ନିଖୋଜ ବ୍ୟକ୍ତିର ଶରୀର ଉଦ୍ଧାର କରିଛନ୍ତି l ଡାକ୍ତର ମୃତ ଘୋଷଣା କରିଛନ୍ତି ପାପରମେଟେଲା ପୁଲିସ ଏକ ମାମଲା ରୁଜୁ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

nis-ad
Leave A Reply

Your email address will not be published.