ଚିତ୍ରକୋଣ୍ଡା 5T ଉଚ୍ଚ ବିଦ୍ୟାଳୟ ରେ PFMS ବିଷୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ…


ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ବ୍ଲକ ଉଚ୍ଚ ବିଦ୍ୟାଳୟଠାରେ ଚିତ୍ରକୋଣ୍ଡା ବ୍ଲକର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ CRCC ମାନଙ୍କୁ ନେଇ PFMS ବିଷୟରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି I ଏଥିରେ ୧୮ଗୋଟି ଗ୍ରାମ ପଞ୍ଚାୟତ ସମସ୍ତ ବିଦ୍ୟାଳୟ ମାନଙ୍କର ପ୍ରଧାନ ଶିକ୍ଷକଙ୍କୁ ଏବଂ CRCC ମାନଙ୍କୁ PFMS ବିଷୟରେ ତାଲିମ ଦିଆଯାଇଥିଲା I ମୁଖ୍ୟତ ଜିଲ୍ଲା FC ଶ୍ରୀ ଦେବେନ୍ଦ୍ର କୁମାର ଦାସ, ଜିଲ୍ଲା ହିସାବ ରକ୍ଷକ ଶ୍ରୀ ସୋମନାଥ ପୃଷ୍ଟି ଏବଂ ଶ୍ରୀ ଅବନୀ କୁମାର ପଣ୍ଡା ମିଳିତ ଭାବରେ ଗତ ଦୁଇ ଦିନ ଧରି ତାଲିମ ପ୍ରଦାନ କରି ଆସୁଥିଲେ I ଆଗାମୀ ଦିନରେ ପ୍ରଧାନ ଶିକ୍ଷକ ଓ CRCC ମାନେ ବିଦ୍ୟାଳୟ ଭିତ୍ତିଭୂମି ସଜାଡ଼ିବା ନିମନ୍ତେ କିପରି ସହଜରେ ଅନଲାଇନ ଯୋଗେ ବ୍ୟୟ ବରାଦ କରି ପାରିବେ ସେ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା I ବ୍ଲକ ଶିକ୍ଷାଧିକାରୀ ଶୁଶ୍ରୀ ଗାୟତ୍ରୀ ଦେବି ଓ ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀ ଅଞ୍ଜନ ଚୌଧୁରୀ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ତଦାରଖ କରିଥିଲେ I ଚିତ୍ରକୋଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀମତୀ ଜାନକୀ ହନ୍ତାଳ ଏଵଂ ବ୍ଲକ ହିସାବ ରକ୍ଷକ ମାନେ ପରିଚାଳନା କରିଥିଲେ I ପ୍ରଥମ ଥର ଚିତ୍ରକୋଣ୍ଡା ବ୍ଲକରେ ଅନଲାଇନ ଜରିଆରେ ପ୍ରଶିକ୍ଷଣ ପାଇଥିବାରୁ ୧୮ଟି ପଞ୍ଚାୟତ ସମସ୍ତ ସ୍କୁଲ ପ୍ରଧାନ ଶିକ୍ଷକ ଏଵଂ CRCC ମାନେ ଖୁସି ଉପଲବ୍ଧି କରିଥିବା ପ୍ରତିକ୍ରିୟା ରଖିଛନ୍ତି I

nis-ad
Leave A Reply

Your email address will not be published.