ଅବ୍ୟବସ୍ଥା ଘେରରେ ଖଟୁଆକୁଦା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ…

ଛତ୍ରପୁର ପ୍ରତିନିଧି // ନିଃସର୍ତ୍ତ ନିୟୁଜ

ଛତ୍ରପୁର /ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଖଟୁଆକୁଦା ଗ୍ରାମରେ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବସ୍ଥିତ l 1956 ରେ ସ୍ଥାପିତ ହୋଇଥିବା ବହୁ ପୁରାତନ ଏହି ଶିକ୍ଷାନୁଷ୍ଠାନଟି ସମ୍ପ୍ରତି ଅବ୍ୟବସ୍ଥା ଘେରରେ ଥିବା ଦେଖିବାକୁ ମିଳିଛି l ଫଳରେ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଲକ୍ଷ କରାଯାଇଛି l ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ 70 ଜଣ ଛାତ୍ରୀଛାତ୍ର ଏହି ସ୍କୁଲରେ ଅଧୟନ କରୁଥିବା ବେଳେ ଚାରିଜଣ ଶିକ୍ଷକ ରହିଛନ୍ତି l ବର୍ତ୍ତମାନ ରାଜ୍ୟ ସରକାର ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନ ର ରୁପାନ୍ତରୀଣ ଅନୁଯାଇ ଶିକ୍ଷାକ୍ଷେତ୍ରରେ ଭିତ୍ତିଭୂମିରେ ବିକାଶ କରାଯାଉଥିବା ବେଳେ ଉକ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି l ଯାହାକୁନେଇ ବିଦ୍ୟାଳୟ ପରିଚାଳନା କମିଟି, ଗ୍ରାମ୍ୟ କମିଟି ଓ ଅବିଭାବକ ମହଲରେ ଘୋର ଉଦବେଗ ପ୍ରକାଶ ପାଇଛି lସ୍କୁଲଟି ବହୁ ବହୁ ପୁରାତନ ହୋଇଥିଲେ ମଧ୍ୟ ପାଚେରୀ କିମ୍ବା ଖେଳ ପଡିଆ ନାହିଁ l ଏଥିସହ ଶ୍ରେଣୀ ଗୃହ ପର୍ଯ୍ୟନ୍ତ ଯିବା ଲାଗି ଉପଯୁକ୍ତ ରାସ୍ତା ମଧ୍ୟ ନାହିଁ l ପାନୀୟ ଜଳ ବ୍ୟବସ୍ଥା ନଥିବା ଫଳରେ ଗରମ ଦିନ ମାନଙ୍କରେ ଗୁଳଗୁଳି ହେଉଥିଲେ ତୁଷାର୍ତ ଛାତ୍ରଛାତ୍ରୀ ମାନେ ପାଠ ପଢ଼ା ସମୟରେ ନାନା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି l ସାମାନ୍ୟ ବର୍ଷା ହେଲେ ମଧ୍ୟ ପାଣି ନିଷ୍କାସନ ହୋଇ ନ ପାରି ବିଦ୍ୟାଳୟ ପରିସରରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଜମି ରହୁଛି l ଫଳରେ ସେହି କାଦ ପଚପଚରେ ପିଲାମାନେ ସ୍କୁଲ ଯିବାକୁ ବାଧ୍ୟ ହେଉଛନ୍ତି l ସ୍କୁଲ ପରିସରରେ ମଧ୍ୟରେ ବଡ଼ବଡ଼ ଘାସ ଗଛ ଉଠିଯାଇଥିବା ଯୋଗୁଁ ସେଥିମଧ୍ୟରେ ବିଶାକ୍ତ ସରୀସୃପ ମାନଙ୍କ ଆଶ୍ରୟସ୍ଥଳ ପାଲଟିଥିବା ଲକ୍ଷ କରାଯାଇଛି l ଉକ୍ତ ବହୁବିଧ ସମସ୍ୟାର ସମାଧାନ ନେଇ ସ୍କୁଲ ପରିଚାଳନା କମିଟି ସଭାପତି ଶବର କୁମାର ତରାଇ ଓ ଗ୍ରାମ୍ୟ କମିଟି ସଭାପତି ବୃନ୍ଦାବନ ପ୍ରଧାନ, ଲୋକନାଥ ତରାଇ, ବିପ୍ର ଚରଣ ସାହୁ, ପ୍ରମୋଦ ପ୍ରଧାନ, ଧନୁ ସାହୁ ପ୍ରମୁଖ ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମ୍ୟ କମିଟି ପକ୍ଷରୁ ବାରମ୍ବାର ପ୍ରଶାସନ ଓ ଜନ ପ୍ରତିନିଧି ଙ୍କୁ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି l ଆଗାମୀ ଦିନରେ ଏହାର ସ୍ଥାୟୀ ପ୍ରତିକାର କରା ନ ଗଲେ ଆଗାମୀଦିନରେ ଆନ୍ଦୋଳନାତ୍ମକ ପନ୍ଥା ହାତକୁ ନେବାକୁ ବାଧ୍ୟ ହେବୁ ବୋଲି ଅଞ୍ଚଳବାସୀ ଚେତାବନି ଦେଇଛନ୍ତି l ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ଦାବୀ କରିଛନ୍ତି l

nis-ad
Leave A Reply

Your email address will not be published.