ଓଡିଶାରୁ ବାହାର ରାଜ୍ୟ ପର୍ଯ୍ୟନ୍ତ ଲମ୍ବିଛି ଗଞ୍ଜେଇ ଚୋରା ଚାଲାଣର ଚେର…

ବ୍ରହ୍ମପୁର : ଓଡିଶାରୁ ବାହାର ରାଜ୍ୟ ପର୍ଯ୍ୟନ୍ତ ଲମ୍ବିଛି ଗଞ୍ଜେଇ ଚୋରା ଚାଲାଣ ଚେର।ଝାରଖଣ୍ଡ ଏବଂ ୟୁପି ଆଦି ବାହାର ରାଜ୍ୟକୁ ଗଂଜେଇ ଚୋରା ଚାଲାଣହେଉଥିବା ବେଳେ ଭଂଜନଗର ବସ୍‌ଷ୍ଟାଣ୍ଡ ଉପରେ ଚଢ଼ାଉ କରି ୪ ଜଣକୁ ଗିରଫ କରିବା ସହ ୪୧ କିଲୋ ଗଂଜେଇ ଜବତ କରିଛି ବ୍ରହ୍ମପୁର ଗୁଇନ୍ଦା ବିଭାଗ । ବାହାର ରାଜ୍ୟକୁ ଗଂଜେଇ ଚୋରା ଚାଲାଣ ହେଉଥିବା ନେଇ ଗୁଇନ୍ଦା ବିଭାଗକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଡ଼େପୁଟି କମିଶନର ଅଶୋକ ଶତପଥୀଙ୍କ ନିର୍ଦ୍ଦେଶରେ ଥାନା ଅଧିକାରୀ ହୃଦୟାନନ୍ଦ ସାମନ୍ତ,ଙ୍କ ତତ୍ୱାବଧାନରେ ଅବକାରୀ ବିଭାଗର କର୍ମଚାରୀ ମାନେ ଭଂଜନଗର ଫରେଷ୍ଟ୍ ଗେଟ୍ ନିକଟରେ ୪ ଜଣକୁ କାବୁ କରିଥିଲେ । ସେମାନଙ୍କ ଠାରୁ ଦୁଇଟି ଏୟାର ବ୍ୟାଗ୍‌ରେ ୧୭ କିଲୋ ଏବଂ ଦୁଇଟି ପଲିଥିନ୍ ବ୍ୟାଗରେ ୨୪ କିଲୋ ଗଂଜେଇ ଜବତ ହୋଇଥିଲା । ଏହି ସଂକ୍ରାନ୍ତରେ ସଚିନ୍ କଅଁର, ନରେଶ୍ କୁମାର ଭାନି,ସନ୍ତୋଷ ସର୍ଦ୍ଦାର, ଗଣେଶ ପାହାକି କୁ ଗିରଫ କରିଛି ଅବକାରୀ ପୋଲିସ । ସେମାନଙ୍କୁ ଆଜି ଭଂଜନଗର କୋର୍ଟ ଚାଲାଣ କରାଯାଇଥିବା ଡ଼େପୁଟି କମିଶନର ସନ୍ତୋଷ ଶତପଥୀ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.