କ୍ୟାବିନେଟ ବୈଠକରେ ୩୩ଟି ପ୍ରସ୍ତାବ ଉପରେ ମୋହର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ସମୁଦାୟ ୩୩ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି | ଏହି ସବୁ ପ୍ରସ୍ତାବ ମଧ୍ୟରେ ଜଳସମ୍ପଦ ବିଭାଗର ୬ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି | ସେଥିମଧ୍ୟରେ ଯାଜପୁରରେ ବୈତରଣୀ ନଦୀରେ ଦୁଇଟି ବ୍ୟାରେଜ ନିର୍ମାଣ କରାଯିବ | ଦୁଇଟି ବ୍ୟାରେଜ ପାଇଁ ଟେଣ୍ଡର ସରିଥିବାବେଳେ ଅଢେଇ ବର୍ଷ ମଧ୍ୟରେ କାମ ସରିବ | ଏହା ଦ୍ୱାରା ବନ୍ୟା ନିୟନ୍ତ୍ରଣ ହୋଇପାରିବ |

ସେହିପରି ବଲାଙ୍ଗୀର ଜିଲ୍ଲାର ଲୋୟର ସୁକତେଲ ଭୂତଳ ଜଳଯୋଗାଣ ପ୍ରକଳ୍ପ ଉପରେ କ୍ୟାବିନେଟ ମୋହର ବାଜିଛି | ପ୍ରାୟ ୧୩ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ ପାଇଁ ୬୩୪ କୋଟି ଟଙ୍କା ଖର୍ଚ୍ଚ କରାଯିବ | ପାର୍ବତିଗିରି ବୃହତ ଉଠା ଜଳସେଚନ ଯୋଜନା ପାଇଁ ୧୦ ହଜାର ୭୫୦ କୋଟି ଟଙ୍କା ମଂଜୁର କରାଯାଇଛି |

ସେହିପରି ବିଧାୟକମାନେ ରହିବ ପାଇଁ କ୍ଵାଟର ନିର୍ମାଣ ପାଇଁ ୫୧୦ କୋଟି ଟଙ୍କା ଖର୍ଚ୍ଚ ହେବ, ଯାହାକୁ ଆଜି କ୍ୟାବିନେଟ ଅନୁମୋଦନ ମିଳିଛି | ଏଥିରେ ୧୯୫ଟି ଟାଇପ-୬ ଓ ୧୦୫ଟି ଟାଇପ-୭ ସରକାରୀ କ୍ଵାଟର ନିର୍ମାଣ କରାଯିବ | ଏହି କାର୍ଯ୍ୟ ଅଢେଇ ବର୍ଷ ମଧ୍ୟରେ ଶେଷ ହେବ |

nis-ad
Leave A Reply

Your email address will not be published.