ପାତ୍ରପୁର : ପାତ୍ରପୁର ବ୍ଳକ ସାମ୍ବାଦିକ ନୀଳାଞ୍ଚଳ ପଟ୍ଟନାୟକଙ୍କ ଓ ଅଞ୍ଚଳେଶ୍ୱର ପଟ୍ଟନାୟକଙ୍କ ପିତା ବରିଷ୍ଠ ଶିକ୍ଷକ ନେତା ତଥା ସମାଜସେବୀ ସ୍ୱର୍ଗତ ରାମଚନ୍ଦ୍ର ପଟ୍ଟନାୟକ ଓ ମାତା ସ୍ୱର୍ଗତ ସତ୍ୟଭାମା ଦେବୀଙ୍କ ସ୍ମୃତି ଉଦେଶ୍ୟରେ ବୁଧବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜଣେ ମହିଳା ଓ ଦୁଇ ଶିକ୍ଷକଙ୍କ ସହ ୧୪୫ ଜଣ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଯୁବ ସମାଜସେବୀ ତଥା ସୁ-ସଂଗଠକ ଚିନ୍ମୟାନନ୍ଦ ଶ୍ରୀରୂପ ଦେଓ ନଡ଼ିଆ ଭାଙ୍ଗି ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ ନେତା ସଚ୍ଚିଦାନନ୍ଦ ରାଜଗୁରୁ, ପାତ୍ରପୁର ବ୍ଳକ ବିଜେଡ଼ି ସଭାପତି ରାମନାଥ ପାଣିଗ୍ରାହୀ, ଆତ୍ମା ସଭାପତି ବିଜୟ ପ୍ରଧାନ, ତ୍ରୀନାଥ ନାୟକ, ବରିଷ୍ଠ ଆଇନନଜୀବୀ ରାମପ୍ରସାଦ ମହାନ୍ତି, ଭଗବାନ ପାତ୍ର, ତ୍ରୀନାଥ ମିଶ୍ର, ନାରୀ ନେତ୍ରୀ ରିତା ମହାନ୍ତି, ଯୁବ ସମାଜସେବୀ ଦୀପକ କୁମାର ଜେନା ପ୍ରମୁଖଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ବିଜେଡ଼ି ସଂପାଦକ ସଂଗ୍ରାମ ନାୟକ, ବ୍ଳକ ଯୁବ ସଭାପତି ଜେ. ଧର୍ମାରାଓ, ଶ୍ରୀକାନ୍ତ ଚୌଧୁରୀ, ଚନ୍ଦ୍ରଶେଖର ପ୍ରଧାନ, ନରେଶ ବିଷୋୟୀ, ବାଦଲ ଗୌଡ଼, ବିଶ୍ୱଜିତ ନାୟକ, ମହେନ୍ଦ୍ର ସେଠୀ, ରଘୁନି ପାଣିଗ୍ରାହୀ, ଚକ୍ରବର୍ତ୍ତୀ ରେଡ୍ଡି, ଶିବଶଙ୍କର ମହାନ୍ତି, ତପନ ନାୟକ, ଏଲ. ଚନ୍ଦନ ପାତ୍ର, ଟି. ଡ଼ିଲେଶ୍ୱର ସୁବୁଦ୍ଧି, ଭାସ୍କର ତିଆଡ଼ି, ଗୌରାଙ୍ଗ ନେପାକ, ସାମ୍ବାଦିକ ରାଜଗୋପାଳ ପାଢ଼ୀ, ସନ୍ତୋଷ ମହାପାତ୍ର, ରାଜେଶ ସେଠୀ, ରାଜେଶ ରଣା, ବଦ୍ରୀ ନାରାୟଣ ରଣା, ଅଞ୍ଚେଳେଶ୍ୱର ପଟ୍ଟନାୟକ, ସୁରେଶ ପଟ୍ଟନାୟକ, ଆଲୁ. ଜୟପ୍ରକାଶ, ଗୌରାଙ୍ଗ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଋକ୍ତଦାତା ଭାବେ ଆଲୋକ ମହନ୍ତ ଶ୍ରୀ ରାମକୃଷ୍ଣ ଦାସ ମହାରାଜ, ପ୍ରଧାନ, ଶିକ୍ଷକ ନିଶାମଣି ପ୍ରଧାନ, ପାଲ୍ସା ଗଣେଶ, ସୁଶ୍ରୀ ପୁଜା ପ୍ରଧାନ, ସୁଦର୍ଶନ ଦ୍ୟାନ ସାମନ୍ତରା, ଅମିତ୍ ସାହୁ, ଅଲେଖ ଦୋରା, ସରୋଜ ଦୋରା, ଶ୍ରୀକାନ୍ତ ଚୌଧୁରୀ, ରବିନ୍ଦ୍ର ପ୍ରଧାନ, ଭବାନୀ ପ୍ରଧାନ, ଭୋଳେଶ୍ୱର ସାହୁ, ପ୍ରଦୀପ କୁଣ୍ଡ, ପ୍ରତାପ ଚନ୍ଦ୍ର ସାହୁ, ବିକି ନାୟକ, ଅଶୋକ ବେହେରା, କେ. ରାଜୁ, ଲିଥୁନୁ ସୁବୁଦ୍ଧି, କ୍ରୀଷ୍ଣା ଆଚାରୀ, ଅରୁଣ କୁମାର ସାହୁ, ଦିବାକର ପଣ୍ଡା ମୀନକେତନ ସାହୁ, ଯଜ୍ଞଦତ୍ତ ପାଣିଗ୍ରାହୀ, ଟି. ଧମେନ୍ଦ୍ର ସୁବୁଦ୍ଧି, ନୀଳମାଧବ ନାୟକ, ବାମଦେବ ରାଉଳ, ବିଭୂତି ଜେନା, ସମ୍ବାଦ ବ୍ଳକ ପ୍ରତିନିଧି ନୀଳାଞ୍ଚଳ ପଟ୍ଟନାୟକ ପ୍ରମୁଖ ରକ୍ତଦାନ କରିଥିଲେ । ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ବହୁ ସଂଖ୍ୟାରେ ରକ୍ତଦାତା ଯୋଗଦେଇ ଶିବିରକୁ ସାଫଲ୍ୟ କରିଥିବାରୁ ସମସ୍ତ ରକ୍ତଦାତା ଓ ସ୍ୱେଚ୍ଛାସେବୀଙ୍କୁ ବିଜୁ ପରିବାର ତରଫରୁ ଶ୍ରୀ ଦେଓ ଧନ୍ୟବାଦ ଅର୍ପଣ ସହ କୃତଜ୍ଞତା ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post
Next Post