ଫୁଲବାଣୀ ସହରରେ ଦେବ ଶିଳ୍ପୀ ବିଶ୍ୱକର୍ମା ଙ୍କ ପୂଜା ଅନୁଷ୍ଠିତ..


ଫୁଲବାଣୀ :- କନ୍ଧମାଳ ଜିଲ୍ଲାର ବିଭିର୍ଣ୍ଣ ସ୍ଥାନରେ ଆଜି ଦେବ ଶିଳ୍ପୀ ତଥା ବିଶ୍ୱ ନିର୍ମାଣର ଅଧିଷ୍ଠିତ ଦେବତା ବିଶ୍ୱକର୍ମାଙ୍କର ପୂଜା ବିଭିନ୍ନ ନିର୍ମାଣ କାରିଗର ସଂଗଠନ ମାନଙ୍କ ଦ୍ୱାରା ପୂଜା ଅନୁଷ୍ଠିତ ହୋଇଯାଇଛି | କନ୍ଧମାଳ ରାଜ ମିସ୍ତ୍ରୀ ସଙ୍ଘ ତରଫରୁ ଆନନ୍ଦ ବଜାର ରେ ସଭାପତି ଅନିରୁଦ୍ଧ ବେହେରା, ସମ୍ପାଦକ କିଚକ ନାୟକ, ଉପସଭାପତି ଶାନ୍ତନୁ କୁମାର ଡିଗାଲ, ଦାମୋଦର ପ୍ରଧାନ ସାରସ୍ୱତ ପ୍ରଧାନ , କୋଷାଧକ୍ଷ କର୍ଣ୍ଣ ବେହେରା, ଆନନ୍ଦ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇ ଯାଇଛି l ସେହିପରି ଜିଲ୍ଲା ଠିକାଦାର ସଙ୍ଘ ତରଫରୁ ଫୁଲବାଣୀ ପଟାବାଲି ସାହି ସ୍ଥିତ କାର୍ଯ୍ୟାଳୟରେ ମଧ୍ୟ ନିର୍ମାଣ କର୍ତ୍ତା ବିଶ୍ୱକର୍ମାଙ୍କ ର ପୂଜା ଅନୁଷ୍ଠିତ ହୋଇଯାଇଛି l ସଭାପତି ଅଭୟ ପଟ୍ଟନାୟକ ସମ୍ପାଦକ ପ୍ରେମ ଚାନ୍ଦ ତ୍ରିପାଠୀ, ଉପସଭାପତି ଯତୀନ ସାହୁ ଓ କୋଷାଧ୍ଯକ୍ଷ ଅଶୋକ ମହାନ୍ତି ସମେତ ସୁଧୀର କହଁର,ରଜତ ମହାନ୍ତି, ମିଟୁ ପଟ୍ଟନାୟକ ପ୍ରମୁଖ ଜିଲ୍ଲାର ସମସ୍ତ ଠିକାଦାର ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଇଥିଲା l ନିମନ୍ତ୍ରିତ ଅତିଥି ଭାବେ ପୌରାଧ୍ୟକ୍ଷା ସ୍ମିତା ରାଣୀ ମହାନ୍ତି, କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରା, ସୁଶାନ୍ତ ମହାନ୍ତିଙ୍କ ସମେତ ସାମ୍ବାଦିକ ଓ ଆଇନଜିବୀ ମାନେ ଉପସ୍ଥିତ ରହି ଦେବ ଶୀଳ୍ପି ବିଶ୍ୱକର୍ମାଙ୍କ ଆସିଷ ଲାଭ କରିଥିଲେ l ଏଥି ସହିତ ସହରର ପ୍ରାୟ ସମସ୍ତ ବୈଷୟିକ ସମ୍ପୃକ୍ତ କାର୍ଯ୍ୟାଳୟ ବା ଅନୁଷ୍ଠାନ ଗୁଡିକରେ ମଧ୍ୟ ମହା ଆଡମ୍ବର ସହକାରେ କୋଭିଡ କଟକଣା ହଟି ଯାଇଥିବାରୁ ଶାନ୍ତି ଶୃଙ୍ଖଳାର ସହ ପୂଜା କମିଟି ଗୁଡିକ ଦ୍ୱାରା ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି l ବିଶ୍ୱକର୍ମାଙ୍କ ପୂଜା ଅବସରରେ ଉପସ୍ଥିତ ଥିବା ସମସ୍ତ ନିର୍ମାଣ ଶ୍ରମିକ, କୁଶଳୀ, ଅଣ କୁଶଳୀ ଶ୍ରମିକ , ମିସ୍ତ୍ରୀ ମାନେ ଉତ୍ସସ୍ୱିତ ଆନନ୍ଦ ର ସହିତ ପୂଜାକୁ ଉପଭୋଗ କରିଥିଲେ l ଏହାପରେ ଗ୍ରାମାଞ୍ଚଳରେ ମଧ୍ୟ ନିର୍ମାଣ ଶର୍ମିକ ଓ ମିସ୍ତ୍ରୀ ସଙ୍ଘ ମାନଙ୍କ ଦ୍ୱାରା ପୂଜା ଅନୁଷ୍ଠିତ ହୋଇଯାଇଛି l ବିଡ଼ିପଡା ଗ୍ରାମପଞ୍ଚାୟତର ସିଦ୍ଧିଦାତା ନିର୍ମାଣ ଶ୍ରମିକ ସଂଗଠନ ସଭାପତି ଶ୍ରୀ ସରଜ ଡିଗାଲ ସମ୍ପାଦକ କୃଷ୍ଣ ଚନ୍ଦ୍ର ବେହେରା, କୋଷାଧକ୍ଷ ଚନ୍ଦ୍ରଶେଖର ବିଶୋଇ, ଓ ଅନ୍ୟ ସମସ୍ତ କର୍ମକର୍ତ୍ତା ମାନଙ୍କ ଉପସ୍ଥିତିରେ ବହୁତ ସୁନ୍ଦ୍ର ଭାବେ ମିସ୍ତ୍ରୀ ବଢ଼େଇ, କାରିଗର ମାନେ ଆନନ୍ଦର ସହିତ ପୂଜା କରିଯାଇଛନ୍ତି l ଏଭଳି କନ୍ଧମାଳ ଜିଲ୍ଲାର ବିଭିର୍ନ୍ନ ନିର୍ମାଣ ଶ୍ରମିକ ସଂଗଠନ ମାନେ ଚଳିତ ବର୍ଷ କୋଭିଡ କଟକଣା ନ ଥିବା ଯୋଗୁଁ ମହା ଆନନ୍ଦରେ ଦେବ ଶିଳ୍ପୀ ବିଶ୍ୱ କର୍ମାଙ୍କ ପୂଜା କରି ସମସ୍ତେ ଶାନ୍ତି ମୈତ୍ରୀ ସହିତ ସମାଜ ର ସୁଖ ସମୃଦ୍ଧି କାମନା କରିଥିବା ଦେଖିବାକୁ ମିଳିଛି l

nis-ad
Leave A Reply

Your email address will not be published.