ଦୀର୍ଘ ୧୨ ବର୍ଷ ହେଲା ଶଯ୍ୟାଶାୟୀ ଆଦିବାସୀ ଝିଅ ଲୟନ୍ତି : ବାଟ ହୁଡୁଛି ସରକାରୀ ସାହାଯ୍ୟ…

ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଗ୍ରାମବାସୀ ଙ୍କ ଅନୁରୋଧ…

ଫୁଲବାଣୀ : ଆଦିବାସୀ ଯେ ଉପେକ୍ଷିତ ଓ ଅବହେଳିତ ଏହାର ସ୍ପଷ୍ଟ ଚିତ୍ର ତୁମୁଡ଼ିବନ୍ଧ ବ୍ଲକର କରକୁଡୁପା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ାଙ୍ଗେସିଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି । ସରକାର ଆଦିବାସୀ ମାନଙ୍କ ଉର୍ନ୍ନତି ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରି କାର୍ଯ୍ଯକାରୀ କରୁଥିବାର ଡିଣ୍ଡିମ ପିଟୁଥିବା ବେଳେ ଆଜକୁ ପ୍ରାୟ ୧୨ ବର୍ଷ ହେବ ଗରୀବ ଓ ନିଃସହାୟ ସକାଶେ ଚିକିତ୍ସିତ ହୋଇନପାରି ଶଯ୍ୟାଶାୟୀ ଅବସ୍ଥାରେ ମୃତ୍ୟୁକୁ ଅପେକ୍ଷା କରିଛନ୍ତି ଲୟନ୍ତି ମାଝୀ ।ଲୟନ୍ତି ମାଝୀକୁ ସେବା କରିବାକୁ ନିଜର କେହି ନାହିଁ ୬୦ ବର୍ଷ ରୁ ଉର୍ଦ୍ଧ ବୟସର ନିରକ୍ଷର ଗରିବ ବାପା ମା କିଛି ଗ୍ରାମବାସୀ ଓ ସମାଜ ସେବକ ଓ ଶିକ୍ଷକ ନରେଶ ଚନ୍ଦ୍ର ମାଝିଙ୍କ ସହାୟତାରେ ବାଲିଗୁଡା ଓ ବିଷମକଟକ ହସପିଟାଲକୁ ଚିକିତ୍ସା ନିମନ୍ତେ ଯାଇଥିଲେ କିନ୍ତୁ ସେହି ମେଡିକାଲ୍ ଗୁଡ଼ିକ ଉନ୍ନତ ଚିକିତ୍ସାର ଆବଶ୍ୟକତା ଥିବାରୁ ଭୁବନେଶ୍ୱର ବଡ଼ ମେଡିକାଲକୁ ନେବାକୁ କହି ଥିଲେ । ଦୁଃଖର ବିଷୟ ଯେ ସେମାନଙ୍କ ପାଖରେ ଅର୍ଥର ଅଭାବ ଥିବା ହେତୁ ସେମାନେ ଅନ୍ୟତ୍ର ଚିକିତ୍ସା ପାଇଁ ଯାଇପାରୁ ନାହାନ୍ତି l ଆଦିବାସୀ ଝିଅ ଲୟନ୍ତି ମାଝୀଙ୍କ ବୟସ ପ୍ରାୟ ୩୦ ବର୍ଷ ,ଖଟିଆଟିରେ ୧୨ ବର୍ଷ ପଡି ରହି ଦେହରେ ଖାଲି ହାଡ଼ କଙ୍କାଳ ଧରି ରହିଛି , ଅତି କଷ୍ଟରେ ତୋରାଣି ପାଣି ପାଟିରେ ପକାଇଦେଲେ ଢ଼ୋକିଥାନ୍ତି, ହାତ ଗୋଡ ପୁରା ଟାଣି ହୋଇ ରହିଛି । ହଲ ଚଲ୍ କରି ପାରନ୍ତି ନାହିଁ ।ପେଟ ରେ ଗୋଟିଏ ଗୋଳା ହୋଇ ବ୍ୟଥା ହେଉଛି , ଜ୍ଵର ବି ହେଉଛି, ହାତ ଗୋଡ ବ୍ୟଥା ହେଉଛି । ଅନବରତ ଆଖିରୁ ଝର ଝର ଲୁହଝରିବା ଛଡା ତାଙ୍କର ଆଉ କିଛି ଅନ୍ୟ ଉପାୟ ନାହିଁ । ଖଟିଆରେ ହି ଝାଡା ପରିଶ୍ରା କରୁଛନ୍ତି । ଦିନକୁ ଦିନ ତାଙ୍କ ସ୍ୱର କ୍ଷୀଣ ହୋଇ ଯାଉଛି । ବୃଦ୍ଧା ମାଙ୍କ ଠାରେ ଆଉ ବଳ ନାହିଁ ତାଙ୍କୁ ଉଠାଇ ବାହାରକୁ ନେଇ ସ୍ନାନ ଶୌଚ କରାଇବା ପାଁଇ । ଖରା, ବର୍ଷା, ଶୀତରେ ପଡି ରହିଛନ୍ତି ଗୋଟିଏ ପଲିଥିନ୍ ଆଛାଦିତ କୁଡିଆ ତଳେ । ସରକାର ହେଉ କି ରାଜ ନେତା ହେଉ ତାଙ୍କୁ ସାହାଯ୍ୟ କରିବା ପାଇଁ କେହି ନାହାନ୍ତି । ଆପଣଙ୍କୁ ଆଶ୍ଚଯ୍ୟ ଲାଗିବା ସ୍ଵାଭାବିକ ଆଦିବାସୀ ମାନେ କୁଡିଆରେ କଷ୍ଟରେ ଜୀବନ ଯାପନ କଲାବେଳେ ପ୍ରଧାନ ମନ୍ତ୍ରୀ ଆବାସ ବା ବିଜୁ ଆବାସ ଯୋଜନା ହେଉ ତାଙ୍କପାଇଁ କୌଣସି ୱାର୍ଡ ମେମ୍ବର ସରପଞ୍ଚ କିମ୍ବା ସମିତି ସଭ୍ୟ ମାନଙ୍କ ଆଖି ପଡୁନି କାହିଁକି ଆଜି ପର୍ଯ୍ୟନ୍ତ ଜଣେ ଅସହାୟ ପରିବାର ନିରୀହ ଆଦିବାଦୀ ଝିଅ ଲୟନ୍ତୀ କଣ ସେହି ଗ୍ରାମର ନୁହଁ କି ? ୧୨ ବର୍ଷ ଖଟିଆ ରେ ପଡି ରହିଥିବା ବେଳେ ସ୍ବାସ୍ଥ୍ୟ ବୀମା ଯୋଜନା , ହେଉ କି ରେଡକ୍ରସ ଯୋଜନାରୁ ତାଙ୍କୁ କିଛି ଆର୍ଥିକ ସହାୟତା ଦ୍ୱାରା ଉପଯୁକ୍ତ ଚିକିତ୍ସାର ବ୍ୟବସ୍ଥା କରାଯାଇ ପାରିଥାନ୍ତା ? ସେଇଥିପାଇଁ ସେହି ଗ୍ରାମର ଆଶାକର୍ମୀ , ଅଙ୍ଗନବାଡି କର୍ମି ସ୍ୱାସ୍ଥ୍ୟ କର୍ମି ତଥା ସ୍ଥାନୀୟ ଲୋକଙ୍କ ଦ୍ୱାରା ସିଡିଏମଓ କନ୍ଧମାଳ ଜିଲ୍ଲାପାଳ କନ୍ଧମାଳଙ୍କୁ ଆବେଦନ କରି ତାର ଆଶୁ ଚିକତ୍ସାର ସୁ ବନ୍ଦୋବସ୍ତ କରାଯାଇ ପାରିବ l ସରକାର ତ ଆଦିବାସୀ ଓ ସାଧାରଣ ଜନତା ଙ୍କ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି , ତାଙ୍କୁ ବି କାର୍ଯ୍ୟକାରି ଆମକୁ ହିଁ କରିବାକୁ ପଡିବ ଏକଥା ସ୍ଥାନୀୟ ସରପଞ୍ଚ, ୱାର୍ଡ ମେମ୍ବର ଓ ଗ୍ରାମର ବୁଦ୍ଧିଜୀବୀ, ସ୍ବେଛାସେବୀ ମାନଙ୍କ ଦାୟିତ୍ୱ ରହିବା ଦରକାର, କିନ୍ତୁ ଆମେ ସିଧା ସଳଖ ସରକାରଙ୍କ ଯୋଜନା କୁ ଦାୟୀ କରୁଛୁ l ବର୍ତମାନ ଝିଅକୁ ଜଗି ରହି ବୃଦ୍ଧା ମା ବାହାରକୁ କାମ କରିବା କୁ ଯାଇ ପାରୁ ନାହାଁନ୍ତି ଏବଂ ବର୍ତ୍ତମାନ ଘରେ ଖାଇବା କୁ ନ ଥିବା ବେଳେ ଝିଅର ବଡ଼ ଚିକିତ୍ସା କରିବୁ କେମିତି ବୋଲି ବୃଦ୍ଧାଜଣକ ପ୍ରକାଶ କରିଛନ୍ତି । ଲୟନ୍ତି ଙ୍କଉପଯୁକ୍ତ ଚିକିତ୍ସା ନିମନ୍ତେ ଜିଲ୍ଲା ପ୍ରଶାସନ ହେଉ କି କନ୍ଧମାଳରେ କାର୍ଯ୍ୟ କରୁଥିବା ଯେ କୌଣସି ସ୍ବେଛାସେବୀ ଅନୁଷ୍ଠାନ ହେଉ ତାଙ୍କର ସହାୟତା ର ହାତ ବଢ଼ାଇଲେ ଭଲ ହୁଅନ୍ତା l ତାହା ଆଗାମୀ ଦିନରେ ହିଁ ଜଣାପଡିବ , ପ୍ରକୃତରେ ଗରିବ ଆଦିବାସୀ, ହରିଜନ, ବା ନିରୀହ ଜନସାଧାରଣଙ୍କ ଉର୍ନତି ପାଇଁ କିଏ କାର୍ଯ୍ୟ କରୁଛି ବୋଲି ଶେଷରେ ନିରୀହ ଲୟନ୍ତୀର ପରିବାରଙ୍କୁ ସରକାର କିମ୍ବା କୌଣସି ଏକ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସାହାଯ୍ୟର ହାତ ବଢ଼େଇବାକୁ ଅନୁରୋଧ ରଖୁଛୁ ବୋଲି କହିଛନ୍ତି ଗ୍ରାମବାସୀ ।

nis-ad
Leave A Reply

Your email address will not be published.