ତାଇୱାନରେ ବଡ ଧରଣର ଭୂମିକମ୍ପ, ଜାପାନରେ ସୁନାମୀ ସତର୍କତା

ନୂଆଦିଲ୍ଲୀ: ତାଇୱାନରେ ବଡ ଧରଣର ଭୂମିକମ୍ପ । ଭୂମିକମ୍ପରେ ବଡ ବଡ କୋଠା ଧରାଶାୟୀ ହୋଇଥିବା ଜଣାପଡିଛି।  ଏମିତି ହୋଇଥିଲା ଯେ, ରେଳ ଷ୍ଟେସନରେ ଠିଆ ହୋଇଥିବା ଏକ ଟ୍ରେନ୍ ମଧ୍ୟ ଦୋହଲିଥିବା ଦେଖିବାକୁ ମିଳିଥିଲା । କିଛି ଅଞ୍ଚଳରେ କେତେକ ଘର ଭୁଶୁଡି ପଡିଥିବା ବେଳେ ଆଉ କିଛି ସ୍ଥାନରେ କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ସୂଚନା ମିଳିଛି । ତେବେ ସମ୍ପୂର୍ଣ୍ଣ କ୍ଷୟକ୍ଷତି ନେଇ କୌଣସି ସରକାରୀ ରିପୋର୍ଟ ଆସିନି।  ରିକ୍ଟର ସ୍କେଲରେ ଭୂମିକମ୍ପର ତୀବତ୍ରା ପାଖାପାଖି ୭ ଥିଲା । ଆମେରିକା ଜିଓ ଲୋଜିକାଲ ସର୍ଭେ ବା USGS ରିପୋର୍ଟ ଅନୁଯାୟୀ, ଭୂମିକମ୍ପର ତୀବତ୍ର ଥିଲା ୬.୯ ।  ତାଇତୁଙ୍ଗରୁ ୭.୩ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ବୋଲି ଜଣାପଡିଛି  । କିଛି ସମୟ ପାଇଁ ଥରି ଉଠିଥିଲା ପୂର୍ବ ଦକ୍ଷିଣ ତାଇୱାନ ଅଞ୍ଚଳ  । ରାଜଧାନୀ ତାଇପେଇ ଅଞ୍ଚଳରେ ବି ଭୂମିକମ୍ପର ପ୍ରଭାବ ଅନୁଭୁତ ହୋଇଛି  ।  ଏହା ପୂର୍ବରୁ ତାଇୱାନରେ ଗତ ୧୯୯୯ ମସିହାରେ ବଡ ଧରଣର ଭୂମିକମ୍ପ ହୋଇଥିଲା  । ରିକ୍ଟର ସ୍କେଲରେ ସେତେବେଳେ ଭୂମିକମ୍ପର ତୀବ୍ରତା ୭.୬ ଥିଲା । ଏଥିରେ ୨୪୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା

ଭୂମିକମ୍ପ ପ୍ରଭାବରେ ଓକିନାୱା ଜିଲ୍ଳାର ମିୟାକୋଜିମା ଏବଂ ୟାଏୟାମା ଅଞ୍ଚଳରେ ୧ ମିଟର୍‌ ଉଚ୍ଚର ସୁନାମି ଆସିପାରେ ବୋଲି ରାତି ୩.୪୯ରେ ‘ଜାପାନ ପାଣିପାଗ ଏଜେନ୍‌ସି’ ସତର୍କସୂଚନା ଜାରି କରିଥିଲା। ତେଣୁ, ଅପେକ୍ଷାକୃତ ଉଚ୍ଚ ସ୍ଥାନକୁ ଚାଲିଯିବା ପାଇଁ ସେ ଅଞ୍ଚଳର ଲୋକମାନଙ୍କୁ ପରାମର୍ଶ ଦିଆଯାଇଥିଲା।

ଏହି ଭୂମିକମ୍ପ ପ୍ରଭାବରେ ୟୁଲି ନଗରୀରେ ଅନ୍ୟୂନ ଗୋଟିଏ ଅଟ୍ଟାଳିକା ଭଙ୍ଗିପଡ଼ିଥିବା କଥା ତାଇୱାନ୍‌ର ଆଂଶିକ ରାଷ୍ଟ୍ରାୟତ ‘ସେଣ୍ଟ୍ରାଲ୍‌ ନିଉଜ୍‌ ଏଜେନ୍‌ସି’ ରିପୋର୍ଟ କରିଛି। ଭୂମିକମ୍ପର କମ୍ପନ ରାଜଧାନୀ ତାଇପେଇରେ ବି ଅନୁଭୂତ ହୋଇଥିଲା।

ସୂଚନାଯୋଗ୍ୟ, ଶନିବାର ଦିନ ମଧ୍ୟ ଉକ୍ତ ଅଞ୍ଚଳରେ ୬.୪ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିଲା। ଏଥିରେ କେହି ମୃତାହତ ହୋଇଥିବାସୂଚନା ମିଳିନାହିଁ।

nis-ad
Leave A Reply

Your email address will not be published.