ଆଇନ ସହାୟତା ସେବା ଦେଶରେ ଅବହେଳିତ, ଲୋକଙ୍କ କଲ୍ୟାଣ ପାଇଁ ଆଇନ ଛାତ୍ରଛାତ୍ରୀମାନେ ଧ୍ୟାନ ଦେବା ଉଚିତ- ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି

କଟକ : ଆଇନ ସହାୟତା ସେଵା ଦେଶରେ ଅଵହେଳିତ ଅଵସ୍ଥାରେ ଅଛି। ଲୋକଙ୍କ କଲ୍ୟାଣ ପାଇଁ ଆଇନ ପାଶ୍ କରୁଥିବା ଛାତ୍ରଛାତ୍ରୀ ମାନେ ଏ ଦିଗରେ ଧ୍ୟାନ ଦେଵା ନିହାତି ଆବଶ୍ୟକ ଵୋଲି କହିଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ଵିଚାରପତି ଜଷ୍ଟିସ ୟୁ ୟୁ ଲଳିତ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ,  ଆଇନ ଛାତ୍ରଛାତ୍ରୀ ମାନେ ଆଇନ ସେଵା କ୍ଷେତ୍ରକୁ ଆସିଲେ ସେମାନଙ୍କ ଭିତରେ ଏହି ସେଵା ପ୍ରତି ଉତ୍ସାହ ଓ ସହାନୁଭୂତି ରହିବା ଆଵଶ୍ୟକ। ଆଜି କଟକ ଜାତୀୟ ଆଇନ ଵିଶ୍ବଵିଦ୍ୟାଳୟର ସମାଵର୍ତ୍ତନ ଉତ୍ସଵରେ ଯୋଗ ଦେଵା ଅଵସରରେ ଛାତ୍ରଛାତ୍ରୀ ଙ୍କୁ ଉଦଵୋଧନ ଦେଇ ଏହି କଥା କହିଛନ୍ତି ମୁଖ୍ୟ ଵିଚାରପତି ଜଷ୍ଟିସ ୟୁ ୟୁ ଲଳିତ। ଶନିବାର ଜାତୀୟ ଆଇନ ଵିଶ୍ବଵିଦ୍ୟାଳୟ ସମାଵର୍ତ୍ତନ ଉତ୍ସଵରେ ୨୨୧ଜଣଙ୍କୁ ସ୍ନାତକ ଡିଗ୍ରୀ,୪ଜଣଙ୍କୁ ଡକ୍ଟରେଟ ଉପାଧି,୨୨ଜଣଙ୍କୁ ସ୍ବର୍ଣ୍ଣ ପଦକ ଓ ୩୮ଜଣଙ୍କୁ ଏଲଏଲଏମ ଡିଗ୍ରୀ ପ୍ରଦାନ କରାଯାଇଛି।

nis-ad
Leave A Reply

Your email address will not be published.