ଫୁଲବାଣୀ କୋର୍ଟରେ କାଗଜ ବିହୀନ ଅଦାଳତ ଉଦଘାଟିତ

ଫୁଲବାଣୀ : ଆଜି କନ୍ଧମାଳ ଜିଲ୍ଲା ଫୁଲବାଣୀ କୋର୍ଟ ପରିସରରେ କାଗଜ ବିହୀନ ଅଦାଳତ ଉଦଘାଟିତ ହୋଇଯାଇଛି l ଏହାକୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଓଡିଶା ଆସି ଜୁଡିସିଆଲ ଏକାଡମୀ କଟକ ଠାରେ ଭିଡିଓ କନଫରେନ୍ସ ମାଧ୍ୟମରେ ଓଡିଶାର ୩୦ ଟି ଜିଲ୍ଲାରେ ଏକା ସମୟରେ ଉଦଘାଟିତ କରିଛନ୍ତି l ସେହିପରି ଫୁଲବାଣୀ ସିଜିଏମ୍ କୋର୍ଟ ରେ ଏହା କାର୍ଯ୍ୟକ୍ଷମ କରିବାକୁ ସ୍ଥିରିକୃତ କରାଯାଇଛି l ଏହି ଅବସରରେ ଜିଲ୍ଲା ଦୌରାଜଜ୍ ଶିତିକାନ୍ତ ସାମଲଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ବିଚାରପତି ମାନେ ଉପସ୍ଥିତ ଥିଲେ l ଏହି କୋର୍ଟ ଉଦ୍ଘାଟନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଇ-ଫାଇଲ୍ ଜଣେ ବ୍ୟକ୍ତିଙ୍କୁ କିଛି କ୍ଲିକ୍ରେ ଦେଶର ଯେକୌଣସି ଅଞ୍ଚଳରେ ମାମଲା ଦାଖଲ କରିବାର ବିକଳ୍ପ ଦେଇଥାଏ l ଇ-କୋର୍ଟର ପ୍ରାଥମିକ ଲାଭ ହେଉଛି ଯେ ଏକ ମାମଲା ସହ ଜଡିତ ତଥ୍ୟର ସମ୍ପୂର୍ଣ୍ଣ ଡାଟାବେସ୍ ପକ୍ଷ, ଆଇନଜୀବୀ ଏବଂ ସାଧାରଣ ଜନତାଙ୍କ ଦ୍ୱାରା ଅନଲାଇନରେ ପ୍ରବେଶ କରାଯାଇପାରିବ।ସୂଚନା ଯୋଗ୍ୟ ଯେ ହାଇଦ୍ରାବାଦ ହାଇକୋର୍ଟରେ ସୁପ୍ରିମକୋର୍ଟର ଇ-କମିଟିର ମୁଖ୍ୟ ଜଷ୍ଟିସ ମଦନ ବି ଲୋକୁରଙ୍କ ଦ୍ଵାରା ଭାରତର ପ୍ରଥମ କାଗଜବିହୀନ କୋର୍ଟ ଉଦ୍ଘାଟନ କରାଯାଇଥିଲା। ସୋମବାର ଦିନ କାର୍ଯ୍ୟ ଆରମ୍ଭ କରିଥିବା କାଗଜହୀନ କୋର୍ଟ ଡିଜିଟାଇଜଡ୍ କେସ୍ ରେକର୍ଡ ବ୍ୟବହାର କରି “ଜନସାଧାରଣଙ୍କ ପାଇଁ ନ୍ୟାୟକୁ ଉନ୍ନତ ପ୍ରବେଶ” କରିବାକୁ ଅନୁମତି ଦେଇଛନ୍ତି।ଜାମିନ ଅଧିକାର ଏବଂ ଟିକସ ପ୍ରସଙ୍ଗ ସହିତ ଏକକ ବେଞ୍ଚରେ କାଗଜବିହୀନ ଅଦାଲତ ପ୍ରବର୍ତ୍ତନ କରାଯାଇଛି ଏବଂ ଏହି ଏକକ ବେଞ୍ଚରୁ ଆବେଦନକୁ ବିଚାର କରୁଥିବା ଡିଭିଜନ୍ ବେଞ୍ଚ l ଏହା ବ୍ୟତୀତ, ହାଇକୋର୍ଟର ଅନ୍ୟ ବେଞ୍ଚରେ ବିଚାର କରାଯାଉଥିବା ସମସ୍ତ ଜାମିନ ଆବେଦନ ମଧ୍ୟ କାଗଜହୀନ ମୋଡରେ ହୋଇ ପାରିବ ବୋଲି ବରିଷ୍ଠ ଆଇନଜିବୀ ତଥା ଫୁଲବାଣୀ ଓକିଲ ସଂଘର ସମ୍ପାଦକ ଦୂର୍ଗା ଶଙ୍କର ପଟ୍ଟନାୟକ ସୂଚନା ଦେଇଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ଓକିଲ ସଂଘର ସଭାପତି ବିଜୟ ମହାନ୍ତି, ଉପ୍ ସଭାପତି କମଳ କୁମାର ବେହେରା,ସୁଶାନ୍ତ କୁମାର ପଟ୍ଟନାୟକ, ବିଶ୍ଵ ଜିତ ପଟ୍ଟନାୟକ, ମନୋଜ ପଟ୍ଟନାୟକ,ଧୀରେନ୍ ପଟ୍ଟନାୟକ,ବଂଶୀ ଧର ମହାପାତ୍ର,ଜୟନ୍ତ ମହାନ୍ତି, ଦେବବ୍ରତ ପ୍ରଧାନ, ଜାହିର୍ ଅଖତାର,ଦିଲୀପବାନାର୍ଜୀ, ସତ୍ୟ ନାରାୟଣବେହେରା, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ବିରୂପାକ୍ଷ ପଣ୍ଡା,ନରେଶ ପାଢି, ଅଗସ୍ତି ଜାନି, ମାନସ ଡାକୁଆ,ନିହାରିକା ପାତ୍ର, ଜୟନ୍ତୀ ପାଣିଗ୍ରାହୀ, ବିଣାପାଣୀ ପ୍ରଧାନଙ୍କ ସମେତ ସମସ୍ତ୍ ସଦସ୍ୟ ମାନେ ଓ ଜୁଡିସିଆଲ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.