ବିଦ୍ୟାଳୟର ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ କରି ପ୍ରଧାନ ଶିକ୍ଷକ ଫେରାର୍ , କାର୍ଯାନୁଷ୍ଠାନ ଦାବି

ବୁଗୁଡ଼ା (୧୬/୦୯) : ବିଦ୍ୟାଳୟର ମାଧ୍ୟାନ୍ନ ଭୋଜନ ଟଙ୍କା ଠାରୁ ଆରମ୍ଭ କରି ପିଲାଙ୍କ ପାଇଁ ଆସିଥିବା କୋଭିଡ୍ ସହାୟତା ରାଶି ଓ ପୋଷାକ ପତ୍ର ପାଇଁ ମିଳିଥିବା ଅନୁଦାନ ଆଦି ଚଳୁ କରି ଫେରାର ହୋଇ ଯାଇଛନ୍ତି ପ୍ରଧାନ ଶିକ୍ଷକ l ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ବୁଗୁଡ଼ା ବ୍ଲକ ମାଣିତରା ପଞ୍ଚାୟତ ଅନ୍ତର୍ଗତ ତାମ୍ବିରୀ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳ କୃଷ୍ଣ ବେହେରାଙ୍କ ବିରୁଦ୍ଧରେ l ପ୍ରଧାନ ଶିକ୍ଷକ ଗୋପାଳ କୃଷ୍ଣ ୨୦୨୦-୨୧ ଆର୍ଥିକ ବର୍ଷରେ ପୋଷାକ ପାଇଁ ଆସିଥିବା ୬୩୬୦୦ ଟଙ୍କା , କମ୍ପୋଜିଟ ଗ୍ରାଣ୍ଟ ୫୦୦୦୦ ଟଙ୍କା , ଖେଳ ବାବଦକୁ ୧୦୦୦୦ ଟଙ୍କା , ଲୋଗୋ ପାଇଁ ୧୫୦୦, ସ୍କୁଲ ସୁରକ୍ଷା ପାଇଁ ୨୦୦୦ ଓ ଶିକ୍ଷକଙ୍କ ସୁରକ୍ଷା ପାଇଁ ୨୫୦୦ ଟଙ୍କା ଏପରି ମୋଟ ୧୨୯୦୦୦ ଟଙ୍କା ଅନୁଦାନ ଆସିଥିବା ବେଳେ ୨୦୨୧ -୨୨ ଆର୍ଥିକ ବର୍ଷରେ ପୋଷାକ ପାଇଁ ଆସିଥିବା ୫୭୬୦୦ ଟଙ୍କା , କମ୍ପୋଜିଟ ଗ୍ରାଣ୍ଟ ୨୫୦୦୦ ଟଙ୍କା , ୟୁଥ କ୍ଳବ ବାବଦକୁ ୧୫୦୦୦ ଟଙ୍କା , ଏସଡିପି ପାଇଁ ୫୦୦ ଟଙ୍କା , ସହଯୋଗ ଗ୍ରାଣ୍ଟ ୩୦୦୦ ଓ ବର୍ଦ୍ଧିତ ଏମଆଇଏସ ପାଇଁ ୧୮୦୦ ଟଙ୍କା ଏପରି ମୋଟ ୧ ଲକ୍ଷ ୧୨ ହଜାର ୯ ଶହ ଟଙ୍କାକୁ ମିଶାଇ ଦୁଇ ବର୍ଷରେ ଆସିଥିବା ୨ ଲକ୍ଷ ୪୨ ହଜାର ୫ ଶହ ଟଙ୍କା ଉଠାଇ ଥିଲେ ହେଁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ନକରି ସବୁ ଚଳୁ କରିଦେଇଛନ୍ତି l ଗତ ଅପ୍ରେଲ ମାସରେ ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିବା ସହ ବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରିବା ପରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଶିକ୍ଷା ବିଭାଗ ଅଧିକାରୀ, ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ସବୁ ଦୋଷ ମାନିବା ସହ ହଡପ କରିଥିବା ଟଙ୍କା ଫେରସ୍ତ କରିବେ ବୋଲି ଗତ ଅପ୍ରେଲ ୫ ତାରିଖରେ ଲିଖିତାକାରରେ ପ୍ରତିଶୃତି ଦେଇଥିଲେ l ତେବେ ଦିନ ପରେ ଦିନ ଗଡି ଚାଲିଲା ସିନା ପିଲାଙ୍କୁ ୨ ବର୍ଷ ହେଲା ପୋଷାକ ମିଳିଲାନି କି କୌଣସି ଟଙ୍କା ଫେରସ୍ତ କଲେନି ପ୍ରଧାନ ଶିକ୍ଷକ l ଗ୍ରାମବାସୀ ଅପେକ୍ଷା କରି ନିରାଶ ହେବା ପରେ ପୁଣି ଏ ବିଷୟ ନେଇ ପ୍ରଧାନ ଶିକ୍ଷକଙ୍କୁ ଘେରିବାରୁ

nis-ad
Leave A Reply

Your email address will not be published.