ବାହା ହେବାକୁ ମନା କରିବାରୁ ଦଳିତ ଭଉଣୀଙ୍କୁ ଦୁଷ୍କର୍ମ ପରେ ହତ୍ୟା, ୬ ଗିରଫ

ଲଖିମପୁର ଖେରି: ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ଘଟିଥିବା ଭୟଙ୍କର ଘଟଣାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଦୁଇ ଜଣ ଦଳିତ ନାବାଳିକା ଭଉଣୀ ବାହା ହେବାକୁ ମନା କରିବାରୁ ସେମାନଙ୍କୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରି ଗଛରେ ଝୁଲାଇ ଦିଆଯାଇଥିଲା। ଏହି ଘଟଣାରେ ୬ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ଏହି ୬ ଜଣଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିବା ବେଳେ ଏନକାଉଣ୍ଟର ମଧ୍ୟ ଘଟିଛି। ଗିରଫ ୬ ଜଣଙ୍କ ମଧ୍ୟରୁ ୩ ଜଣ ଦୁଇ ନାବାଳିକା ଭଉଣୀଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ଏହି ଲୋମହର୍ଷଣକାରୀ ଘଟଣାରେ ସୋହେଲ, ଜୁନେଦ, ହଫିଜୁଲ ରେହମନ, କରିମୁଦ୍ଦିନ ଓ ଆରିଫକୁ ଗିରଫ କରାଯାଇଛି। ସେହିପରି ଦୁଇ ପୀଡ଼ିତାଙ୍କ ଘର ପାଖରେ ରହୁଥିବା ଛୋଟକୁ ମଧ୍ୟ ପୁଲିସ୍‌ ଗିରଫ କରିଛି। ଛୋଟୁ ହିଁ ଅନ୍ୟ ଅଭିଯୁକ୍ତମାନଙ୍କୁ ଦୁଇ ନାବାଳିକାଙ୍କର ପରିଚୟ କରାଇଥିଲା। ଗିରଫ ଅଭିଯୁକ୍ତମାନଙ୍କ ନାଁରେ ଦୁଷ୍କର୍ମ ଓ ହତ୍ୟା ସହ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରାଯାଇଛି।

ଛୋଟକୁ ଛାଡ଼ି ସମସ୍ତ ଅଭିଯୁକ୍ତ ଲଖିମପୁର ଖେରିର ଲାଲପୁର ଗାଁରେ ରୁହନ୍ତି। ଛୋଟୁ ଦ୍ୱାରା ଅଭିଯୁକ୍ତମାନେ ଦୁଇ ପୀଡ଼ିତା ଭଉଣୀଙ୍କ ସହ ବନ୍ଧୁତା କରିଥିଲେ। ବନ୍ଧୁତାର ଫାଇଦା ଉଠାଇ ସେମାନେ ପୀଡ଼ିତାଙ୍କୁ ପ୍ରଥମେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଏଥିରେ ରାଜି ନ ହେବାରୁ ସେମାନେ ଦୁଇ ଭଉଣୀଙ୍କ ଦୁର୍ଷ୍କମ ଓ ପରେ ହତ୍ୟା କରିଥିଲେ ବୋଲି ପୁଲିସ୍‌ କହିଛି।

nis-ad
Leave A Reply

Your email address will not be published.