ଟ୍ରାକ୍‌ରେ ଦୌଡିଲେ ୧୦୨ ବର୍ଷୀୟ ବୃଦ୍ଧ

ନୂଆଦିଲ୍ଳୀ ୧୫।୦୯: ବିଶ୍ୱରେ ଅନେକ ଲୋକ ଅଛନ୍ତି, ଯାହାଙ୍କ ପାଇଁ ବୟସ କେବଳ ଏକ  ସଂଖ୍ୟା । ବୟସ ବଢ଼ିବା ସହିତ ଏଭଳି ଉତ୍ସାହୀ ଲୋକଙ୍କ ସାହସ  ବଢ଼ିଚାଲେ । ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାକୁ ସେମାନେ କିଛି  ଭିନ୍ନ କରନ୍ତି । ବୟସ ୬୦ ଟପିବା ପରେ କେବଳ ଆରାମ କରିବାରେ  ବିଶ୍ୱାସ କରୁଥିବା ଲୋକଙ୍କ ପାଇଁ ଜଣେ ଶତାୟୁ ଆଥ୍‌ଲେଟ୍‌ ପ୍ରେରଣା ଓ  ଉଦାହରଣ ପାଲଟିଛନ୍ତି ।  ଟ୍ୱିଟରରେ ଏକ ଭିଡିଓ ସେୟାର କରାଯାଇଛି। ଯେଉଁଥିରେ ଜଣେ  ୧୦୨ ବର୍ଷୀୟ ବୃଦ୍ଧ ଦୌଡୁଥିବା ନଜର ଆସିଛନ୍ତି । ତାଙ୍କ ଉତ୍ସାହ  ଦେଖି ଯୁବବର୍ଗ ତାଳିମାରି ତାଙ୍କୁ ଉତ୍ସାହିତ କରୁଥିବା ନଜର  ଆସିଛନ୍ତି । ବୃଦ୍ଧାବସ୍ଥା ଯୋଗୁ ତାଙ୍କ ବେଗ କମ୍‌ ଥିଲା, କିନ୍ତୁ ଉତ୍ସାହ  ଶୀର୍ଷରେ ରହିଥିଲା ।

ମୁଖମଣ୍ଡଳରେ ଏକ ନିଆରା ଚମକ ଏବଂ  ଓଠରେ ହସ ସହିତ ସେ ଦୌଡ଼ ଶେଷ କଲେ । ଫିନିଶ୍‌ ଲାଇନ୍‌ରେ  ପହଞ୍ଚିବା ପରେ ସେ ବୁଲି ଚାହିଁଲେ ଏବଂ ସମସ୍ତଙ୍କୁ ଅଭିବାଦନ  ଜଣାଇଲେ । ୧୦୨ ବର୍ଷ ବୟସରେ ଦୌଡ଼ି ସେ ପ୍ରମାଣ କଲେ ଯେ  ଯଦି ତୁମର ପାସନ୍‌ ଓ ଉତ୍ସାହ ଅଛି, ତେବେ ବୟସ କଦାପି  ତୁମ ପାଇଁ ବାଧକ ହୋଇପାରିବ ନାହିଁ। କେହି ତୁମକୁ  ବେଖାତିର ମଧ୍ୟ କରିବେ ନାହିଁ । ବୃଦ୍ଧ ଜଣକ କୌଣସି  ସମର୍ଥନ ବିନା ବେଶ ଖୁସିରେ ଟ୍ରାକ୍‌ରେ ଦୌଡୁଥିବା ନଜର  ଆସିଛନ୍ତି । ଭିଡିଓରେ କ୍ୟାପ୍‌ସନ୍‌ ଦିଆଯାଇଛି ‘ତୁମ ସ୍ୱପ୍ନ  ସାମ୍ନାରେ ବୟସକୁ କଦାପି ସୀମା ରୂପେ ଠିଆ କରନାହିଁ ।  ୧୯୧୭ ମସିହାରେ ଜନ୍ମିତ ଏହି ବ୍ୟକ୍ତି ୧୦୨ ବର୍ଷ  ବୟସରେ ଦୌଡୁଛନ୍ତି ।’

୧୦୨ ବର୍ଷ ବୟସରେ ରନିଂ ଟ୍ରାକ୍‌ରେ  ଦୌଡୁଥିବା ଏହି ବୃଦ୍ଧ ୧୦୪ ବର୍ଷ ବୟସ  ପର୍ଯ୍ୟନ୍ତ ଜଣେ ସକ୍ରିୟ ଆଥ୍‌ଲେଟ୍‌  ଭାବେ ଜୀବନ ନିର୍ବାହ କରିଥିଲେ ।  କିନ୍ତୁ ଗତ ଜୁଲାଇ ମାସରେ ୧୦୫  ବର୍ଷ ବୟସରେ ତାଙ୍କର ଦେହାନ୍ତ  ହୋଇଛି । ଭିଡିଓଟି ୧୦୧୯ ମସିହାର ।  ସେତେବେଳେ ବୃଦ୍ଧଙ୍କ ବୟସ ଥିଲା ୧୦୨  ବର୍ଷ । ଏବେ ଏହି ଭିଡିଓକୁ ପୁଣି ଥରେ  ଟ୍ୱିଟର୍‌ରେ ଶେୟାର କରାଯାଇଛି । ଟ୍ରାକ୍‌ରେ  ଦୌଡୁଥିବା ଏହି ଶତାୟୁଙ୍କ ଭିଡିଓକୁ ୩  କୋଟିରୁ ଅଧିକ ଦର୍ଶକ ଦେଖିବା ସହିତ ୧  ଲକ୍ଷରୁ ଅଧିକ ଲାଇକ୍‌ ମିଳିଛି ।

nis-ad
Leave A Reply

Your email address will not be published.