ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବାଘପାଲି ସଂରକ୍ଷିତ ଜଙ୍ଗଲରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର ଘଟଣାର ୨ ଗିରଫ । ଆଜି ଦୁଇଜଣଙ୍କୁ ଗିରଫ କରିଛି ଉଲୁଣ୍ଡା ବନବିଭାଗ । ଗତ ୧୩ ତାରିଖରେ ଜଙ୍ଗଲରୁ ବାଘର ମୃତଦେହ ମିଳିଥିଲା ।
ମୃତ ବାଘର ନଖ କାଟିନେଇଥିଲେ ଶିକାରୀ । ଉଲୁଣ୍ଡା ବନବିଭାଗ ବାଘର ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲେ । ବାର୍ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାଘର ମୃତ୍ୟୁ ହୋଇଥିଲା।