୧୪ ଦିନ ପରେ ମଧ୍ୟ ନ୍ୟାୟ ନ ପାଇ ଏସ୍‌ପିଙ୍କୁ ଭେଟିଲେ ଝିଅର ବାପାମାଆ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ତୁଡୁକିବାଡି ଗ୍ରାମର ରୀନା ନାୟକ ସ୍ୱାମୀ ନିତ୍ୟାନନ୍ଦ ନାୟକଙ୍କ ଝିଅ ସ୍କୁଲ ଓ ଟିଉସନରୁ ଘରକୁ ଯିବା ଆସିବା ବେଳେ କମେଣ୍ଡ ମାରୁଛିନ୍ତି ଓ ଅଶ୍ଳୀଳ ଭାଷା ରେ ଗାଳି ଗୁଲଜ କରୁଛନ୍ତି ବୋଲି ଝିଅର ବାପା ମା ପୁଅ ଘରକୁ ଯାଇ କହିବାରୁ ସେମାନେ ରାଗ ରଖି ପ୍ରଥମେ ତା ୧୯/୮/୨୨ ରିଖ ରୀନା ନାୟକଙ୍କ ପୁଅ କୁ ମାଡ଼ ମାରିଥିଲେ ପରେ ତା ୨୦/୦୮/୨୨ ରିଖ ଦିନ ତାଙ୍କ ବାପା ଏକ ଗାଡ଼ି ଡ୍ରାଇଭର ଗାଡ଼ି ଧରି ସନ୍ଧ୍ୟା ସମୟରେ ନିଜ ଘରକୁ ଫେରୁଥିବା ବେଳେ ଗାଡ଼ି ଅଟକାଇ ତାଙ୍କୁ ଏକ ଟାଙ୍ଗିଆରେ ମୁଣ୍ଡକୁ ହାଣି ଦେଇଥିଲେ ଓ ତାଙ୍କ ସ୍ତ୍ରୀ ଖବର ପାଇ ଘଟଣା ସ୍ଥଳରେ ପହଂଚି ଥିଲେ ରୀନାକୁ ମଧ୍ୟ ଡାହାଣ ହାତରେ ଟାଙ୍ଗିଆରେ ହାଣି ଦେଇ ଥିଲେ l ରୀନା ଆଉ ନିତ୍ୟାନନ୍ଦ ଡେରି ନକରି ଦାରିଙ୍ଗବାଡି ଥାନକୁ ଯାଇଥିଲେ କିନ୍ତୁ ଥାନ ବାବୁ ତାଙ୍କୁ ମେଡିକାଲ ଯିବା ପାଇଁ କହିଥିଲେ l ଅଭିଯୁକ୍ତ ମାନେ ହେଲେ ତୁଡୁକିବାଡି ର ସଗନ ମଲ୍ଲିକ, ବିପିନ ନାୟକ, କାଳିଆ ମଲ୍ଲିକ, ରହିତ ମଲ୍ଲିକ, ନିଳ ମଲ୍ଲିକ, ସୁକୁମାରୀ ନାୟକ l ଏହି ଘଟଣାଟି ଦୀର୍ଘ ୧୪ ଦିନ ବିତି ଯାଇଥିଲେ ମଧ୍ୟ ଦାରିଙ୍ଗବାଡି ଥାନରେ ତାଙ୍କୁ କୌଣସି ନ୍ୟାୟନ ମିଳିବାରୁ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପାଖଙ୍କୁ ଆସି ଗୁହାରୀ କରିଥିଲେ ଝିଅର ବାପ ମାଆ l

nis-ad
Leave A Reply

Your email address will not be published.