ଟ୍ରକ୍ ଚୋରି ମାମଲାରେ ଜିଲ୍ଲା ଯୁବ ବିଜେଡି ଉପସଭାପତିଙ୍କ ସହ ୯ ଜଣ ଗିରଫ

ଯାଜପୁର: ଟ୍ରକ୍ ଚୋରି ମାମଲାର ପର୍ଦ୍ଦାଫାସ୍ କରିଛି ଧର୍ମଶାଳା ପୋଲିସ । ମାମଲାରେ ପୋଲିସ ଯାଜପୁର ଜିଲ୍ଲା ଯୁବ ବିଜେଡି ଉପସଭାପତିଙ୍କ ସହ ୯ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁ ଗୋଟିଏ କାର ସହ ୨ ଲକ୍ଷ ୪୫ ହଜାର ଟଙ୍କା ଜବତ ହୋଇଛି ।

ସୂଚନା ଅନୁସାରେ, ଗତ ୧୧ ତାରିଖରେ ଧର୍ମଶାଳା ଥାନା ଭଡ଼ଙ୍ଗା ନିକଟ ଏକ କ୍ରସରରୁ ଏକ ଟ୍ରକ ଚୋରି ହୋଇଥିଲା । ଟ୍ରକ୍ ଚୋରିର ତଦନ୍ତ କରି ପୋଲିସ ରାକେଟର ପର୍ଦ୍ଦାଫାସ୍ କରିଛି । ଏମାନେ ଧର୍ମଶାଳା ଓ ବଡ଼ଚଣା ଅଞ୍ଚଳରୁ ଟ୍ରକ୍ ଚୋରି କରି କଲିକତାରେ ବିକ୍ରି କରୁଥିବା ପୋଲିସ ଜାଣିବାକୁ ପାଇଛି । କଲିକତାରେ ଚୋରି ଟ୍ରକକୁ କାଟି ସରଞ୍ଜାମ ଗୁଡିକୁ ଅନ୍ୟତ୍ର ବିକ୍ରି କରା ଯାଇଥାଏ ।

ଚୋରି ଘଟଣାରେ ଗିରଫଙ୍କ ମଧ୍ୟରେ ବଡ଼ଚଣା, ଧର୍ମଶାଳା ଓ ବାଳିଚନ୍ଦ୍ରପୁର ଅଞ୍ଚଳର ୬ ଜଣ ରହିଥିବା ବେଳେ କଲିକତା ଓ ବିହାରର ୩ ଜଣ ଅଭିଯୁକ୍ତ । ଅଭିଯୁକ୍ତଙ୍କ ମଧ୍ୟରେ ବଡ଼ଚଣା ଥାନା ସୁଙ୍ଗୁଡା ଅଞ୍ଚଳର ଅଶ୍ଵଜିତ ରାଉତ ଅଛନ୍ତି । ଯିଏ କି ଜିଲ୍ଲା ଯୁବ ବିଜେଡିର ଉପସଭାପତି । ଟ୍ରକ୍ ଚୋରି ମାମଲାରେ ଅଶ୍ୱଜିତଙ୍କୁ ଗିରଫ ପରେ ବିଜେଡି ନେତାଙ୍କୁ ନେଇ ଜିଲ୍ଲାରେ ନାନା ଚର୍ଚ୍ଚା ହେଉଛି ।

nis-ad
Leave A Reply

Your email address will not be published.