ରାଜଧାନୀରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା, ହଷ୍ଟେଲରୁ ମିଳିଲା ମୃତଦେହ

ଭୁବନେଶ୍ୱର ୧୩।୦୯ : ରାଜଧାନୀ​ରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା। ହଷ୍ଟେଲ ରୁମ୍‌ରେ ଛାତ୍ରଙ୍କ ମୃତଦେହ ଠାବ ହୋଇଛି । ମୃତ ଛାତ୍ର ଜଣଙ୍କ ପାରିକୁଦ ଅଞ୍ଚଳର, ତାଙ୍କ ନାମ ସୂର୍ଯ୍ୟ ପ୍ରକାଶ ପଲେଇ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ରାଜଧାନୀ ଇନ୍‌ଫୋଭାଲି ଥାନା ଅଧିନ ଏକ ଘରୋଇ କଲେଜ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ସେ ସଂପୃକ୍ତ ଘରୋଇ କଲେଜ ଛାତ୍ର ଥିବା ଜଣାଯାଇଛି । ତେବେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନାହିଁ । ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଜାରି ରଖିଛି ।

ଗତ କିଛି ଦିନ ଧରି ରାଜଧାନୀ ଆତ୍ମହତ୍ୟା ନଗରୀ ପାଲଟିଯାଇଛି । ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟାର କାରଣ ଏବେ ଯାଏଁ ସ୍ପଷ୍ଟ ହୋଇନି । ସେପଟେ ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମଧ୍ୟ ରହସ୍ୟମୟ ହୋଇ ରହିଛି । କେବଳ ଛାତ୍ରୀ କିମ୍ବା ଯୁବତୀ ନୁହଁନ୍ତି ଯୁବକ, କଳାକାର, ଅଭିନେତ୍ରୀ ଆଦିଙ୍କ ଆତ୍ମହତ୍ୟା ବିଚଳିତ କରିଛି । ଗତ ୮ ମାସରେ କେବଳ ଭୁବନେଶ୍ୱରରେ ୨୨୬ଜଣଙ୍କ ଆତ୍ମହତ୍ୟା ରିପୋର୍ଟ ରହିଛି ।

nis-ad
Leave A Reply

Your email address will not be published.